www.samajalive.in
Friday, December 12, 2025
14.1 C
Bhubaneswar

ଝାଳ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଝାଳ ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ। ଶରୀରରୁ ଝାଳରୁ ଦୁର୍ଗନ୍ଧ ବାହାରେ, ତେବେ ଅନେକ ସମୟରେ ଲଜ୍ଜିତ ହେବାକୁ ପଡ଼େ। ଝାଳ ଦୁର୍ଗନ୍ଧ ପାଇଁ ଆପଣଙ୍କୁ ଅନେକ ସ୍ଥାନରେ ଅସହଜ ମଧ୍ୟ ଅନୁଭବ କରିଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ବାସ୍ନାଯୁକ୍ତ ଡିଓ, ସେଣ୍ଟର ଆଦି ବ୍ୟବହାର କରିଥାନ୍ତି। ତେବେ ଆପଣଙ୍କ ଝାଳ ଅଧିକ ଦୁର୍ଗନ୍ଧ ହେଉଥିବା ଅନୁଭବ କରୁଥିଲେ, ଏସବୁଠାରୁ ଦୂରେଇ ରହନ୍ତୁ। ଯେଉଁସବୁ ଖାଦ୍ୟ ଖାଇଲେ ଶରୀରରୁ ଦୁର୍ଗନ୍ଧ ବାହାରେ ତାହାଠାରୁ ଦୂରେଇ ରହନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ବନ୍ଧରେ …

ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସଲ୍‌ଫର ମାତ୍ରା ବଢ଼ିଯାଏ। ଯେଉଁଥିରୁ ଦୁର୍ଗନ୍ଧ ବାହାରି ଥାଏ।

- Advertisement -

ଅଧିକ ପିଆଜ, ରସୁଣ, ଲଙ୍କା ଖାଆନ୍ତୁ ନାହିଁ। ନଚେତ୍‌ ଝାଳ ଦୁର୍ଗନ୍ଧ ସମସ୍ୟା ବଢ଼ିବାର ସମ୍ଭାବନା ରହିଛି।

ରେଡ୍‌ ମିଟ୍‌ ହଜମ କରିବାକୁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼େ। ଯାହାଫଳରେ ଅଧିକ ଝାଳ ବହିବା ସହ ଝାଳ ଦୁର୍ଗନ୍ଧ ହୋଇଥାଏ।

ବ୍ରୋକୋଲି, ଫୁଲକୋବି ଭଳି ପରିବା ଅଧିକ ଖାଇଲେ ମଧ୍ୟ ଶରୀରରୁ ଦୁର୍ଗନ୍ଧ ହେବା ଭଳି ସମସ୍ୟା ହୋଇଥାଏ।

ଅଧିକ ମଦ୍ୟପାନ କରିବା ଦ୍ବାରା ମୁହଁ ସହିତ ଶରୀରରୁ ମଧ୍ୟ ଦୁର୍ଗନ୍ଧ ବାହାରିପାରେ।

ଅଧିକ ଜଙ୍କଫୁଡ୍‌ ଖାଇବା ଦ୍ବାରା ମଧ୍ୟ ଅଧିକ ଝାଳ ବହିଥାଏ। ଯାହାଫଳରେ ଝାଳ ଦୁର୍ଗନ୍ଧ ସମସ୍ୟା ହୋଇପାରେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories