ନୂଆଦିଲ୍ଲୀ: ଜେଟ ଏୟାରୱେଜ ୨୦୨୨ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ଦେଶରେ ଘରୋଇ ରୁଟ୍ଗୁଡିକରେ ଉଡାଣ ଆରମ୍ଭ କରିବାକୁ ଯାଉଛି। ସୂଚନାଯୋଗ୍ୟ ଯେ ଏହି ବିମାନ ଚଳାଚଳ ସଂସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ଏବଂ ଏହାର ଦାୟିତ୍ୱ ନେବାକୁ ଯାଉଥିବା ଜଲାନ କାର୍ଲକ କନସୋର୍ଟିୟମ ଜେଟ ଏୟାରୱେଜର ଏୟାର ଅପରେଟର ସାର୍ଟିଫିକେଟ (ଏଓସି) ପୁନଃ ବୈଧିକରଣ କରିବାକୁ ପ୍ରୟାସ ଜାରି ରଖିଛି। ଏହି କନସୋର୍ଟିୟମର ବରିଷ୍ଠ ସଦସ୍ୟ ତଥା ଜେଟ ଏୟାରୱେଜର ପ୍ରସ୍ତାବିତ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମୁରାରି ଲାଲ ଜଲାନ କହିଛନ୍ତି, ସେମାନେ ୨୦୨୧ ଜୁନ୍ ମାସରେ ଏନସିଏଲଟି ଠାରୁ ଅନୁମୋଦନ ହାସଲ କରିସାରିଛନ୍ତି ଏବଂ ସେବେଠାରୁ ସେମାନେ ଏହାର ବିମାନ ଆକାଶରେ ଉଡାଣ ଆରମ୍ଭ କରିବାକୁ ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଜେଟ ଏୟାରୱେଜ ୨୦୨୨ ପ୍ରଥମ ତ୍ର୍ରୟମାସିକରେ ଘରୋଇ ରୁଟ୍ରେ ଉଡାଣ କରିବ ଏବଂ ସେହିବର୍ଷ ତୃତୀୟ ଅଥବା ଚତୁର୍ଥ ତ୍ରୟମାସିକରେ ସ୍ୱଳ୍ପଦୂର ଆନ୍ତର୍ଜାତିକ ରୁଟ୍ରେ ବିମାନ ଚଳାଇବା ଯୋଜନା ରଖିଛି।
Popular Categories



