www.samajalive.in
Sunday, December 14, 2025
19.1 C
Bhubaneswar

ଏପ୍ରିଲ ୧୬ରୁ ଜେଇଇ ମୁଖ୍ୟ

ଭୁବନେଶ୍ବର : ଇଞ୍ଜିନିୟରିଂ ବି.ଟେକ, ବି.ଆର୍କ ଓ ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟର ପ୍ରଥମ ଅଧିବେଶନ(ଏପ୍ରିଲ ସେସନ) ଆସନ୍ତା ଏପ୍ରିଲ ୧୬ରୁ ଆରମ୍ଭ ହେବ। ଏହି ପରୀକ୍ଷା ୬ଦିନ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ଅଧିବେଶନ(ମେ ସେସନ) ପରୀକ୍ଷା ମେ ୨୪ରୁ ଆରମ୍ଭହୋଇ ୨୯ ତାରିଖ ଯାଏଁ ଚାଲିବ। ଏନେଇ ଜାତୀୟ ପରୀକ୍ଷଣ ସଂସ୍ଥା(ଏନଟିଏ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ପରୀକ୍ଷା ଦୁଇଟି ସିଟିଂ(ପର୍ଯ୍ୟାୟ)ରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ସିଟିଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟାରେ ସରିବ। ପରୀକ୍ଷା କମ୍ପ୍ୟୁଟର ବେସ୍ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ତେବେ ଜେଇଇ ମୁଖ୍ୟ ପରୀକ୍ଷା ପାଇଁ ମାର୍ଚ୍ଚ ପହିଲାରୁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଯେଉଁ ଛାତ୍ରଛାତ୍ରୀ
ଜେଇଇ ମୁଖ୍ୟ-୨୦୨୨ ପରୀକ୍ଷାର ଗୋଟିଏ କିମ୍ବା ସମସ୍ତ ଅଧିବେଶନ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୱେବସାଇଟ (www.jeemain.nta.nic.in)ରେ ଲଗ୍‌ଇନ୍‌ କରି ଆବେଦନ କରିପାରିବେ।
ଏନଟିଏ ଜେଇଇ ମୁଖ୍ୟ-୨୦୨୨ କେବଳ ଦୁଇଥର ଆୟୋଜିତ କରାଯିବ। ଯେଉଁ ଛାତ୍ରଛାତ୍ରୀ ମୁଖ୍ୟ ପରୀକ୍ଷା ଦେବାକୁ ଚାହୁଁଥିବେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଇଇ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ। ପଞ୍ଜୀକରଣ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି ଓ ଏହା ମାର୍ଚ୍ଚା ୩୧ ତାରିଖରେ ସରିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories