www.samajalive.in
Sunday, December 14, 2025
19.1 C
Bhubaneswar

ଜେଇଇ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶ; ୨୪ଜଣ ରଖିଲେ ଶତ ପ୍ରତିଶତ ନମ୍ବର

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଜେଇଇ ମୁଖ୍ୟ (ଇଞ୍ଜିନିୟରିଂ) ପରୀକ୍ଷା ଫଳ ୨୦୧୯ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୪ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି। ପରୀକ୍ଷାର କଟଅପ୍‌ ମାର୍କ ୮୯.୭୫ ରଖାଯାଇଛି। ପରୀକ୍ଷା ଫଳ ୱେବସାଇଟ୍‌ରେ ପ୍ରକାଶ ପାଇଥିବାବେଳେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସ୍କୋର ଓ ରାଙ୍କ କାର୍ଡ ଡାଉନଲୋଡ କରିବାକୁ କୁହାଯାଇଛି। ଏପ୍ରିଲ ୨୦୧୯ରେ ହୋଇଥିବା ଏହି ପରୀକ୍ଷା ପାଇଁ ୯ଲକ୍ଷ ୫୮ହଜାର ୬୧୯ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଜେଇଇ ମୁଖ୍ୟ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଓ ଅନଲାଇନରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁଆରୀ ୮ରୁ ୧୨ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୭,୮,୯,୧୦ ଓ ୧୨ ତାରିଖରେ ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories