www.samajalive.in
Monday, December 8, 2025
27.1 C
Bhubaneswar

ଆଝାର ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ବଦଳାଇବ ଚୀନ୍‌ !

ନୂଆଦିଲ୍ଲୀ : ଜାତିସଙ୍ଘ ଦ୍ବାରା ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଥିବା ଚୀନ୍‌ ଶୀଘ୍ର ଏହାକୁ ପ୍ରତ୍ୟାହାର କରିବାର ସୂଚନା ଦେଇଛି। ଏକ ଗଣମାଧ୍ୟମ ସୂତ୍ରରୁ ଏହି ଖବର ମିଳିଛି। ଆନ୍ତର୍ଜାତିକ ଚାପ ଅାଗରେ ମୁଣ୍ଡ ନୁଆଁଇ ଚୀନ୍‌ ଜାତିସଙ୍ଘ ନିରାପତ୍ତା ପରିଷଦରେ ଭିଟୋ ପ୍ରୟୋଗ କରି ଉକକ୍ତ ପ୍ରସ୍ତାବକୁ ଅଟକାଇ ରଖିଛି। କେବଳ ସେତିକି ନୁହେଁ ଏହା ଉପରେ ସାନି ନିଷ୍ପତ୍ତି ନେବା ପାଇଁ ମଧ୍ୟ ଟାଲଟୁଳ ନୀତି ଅବଲମ୍ବନ କରିଚାଲିଛି। ଗତ ସପ୍ତାହରେ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ବେଜିଂ ଯାଇ ଆଝାର ପ୍ରସଙ୍ଗରେ ଚୀନ୍‌କୁ ତଥ୍ୟପ୍ରମାଣ ପ୍ରଦାନ କରିବା ପରେ ଚୀନ୍‌ର ମତିଗତି ବଦଳିଥିବା ସୂଚନା ମିଳିଛି। ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ୍‌ ଯେଉଁ ରୋକ୍‌ ଲଗାଇଛି ତାହାକୁ ପ୍ରତ୍ୟାହାର କରିନେବ ବୋଲି ଏଥିରୁ ସୂଚନା ମିଳୁଛି; ତେବେ ଏ ସମ୍ପର୍କିତ ନିଷ୍ପତ୍ତି କେବେ ଘୋଷଣା କରିବ ତାହା ସ୍ପଷ୍ଟ ହୋଇ ନାହିଁ। ଶୁକ୍ରବାର ଭାରତରେ ଅବସ୍ଥାପିତ ବ୍ରିଟିଶ ଉଚ୍ଚାୟୁକ୍ତ କହିଛନ୍ତି ଯେ ଚୀନ୍‌ ଅଧିକ କାଳ ଏ ସମ୍ପର୍କରେ ନିଜଜିଦ୍‌ରେ ଅଟଳ ରହିବା ଅବସ୍ଥାରେ ନାହିଁ; କିନ୍ତୁ କେବେ ନିଜ ନିଷ୍ପତ୍ତି ଘୋଷଣା କରିବ ତାହାକୁ ଆନ୍ତର୍ଜାତିକ ସମୁଦାୟ ଅପେକ୍ଷା କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories