www.samajalive.in
Wednesday, December 10, 2025
16.1 C
Bhubaneswar

ଦେବଦୂତ୍ତ ସାଜିଲେ ୧୦୮ବୋଟ ଆମ୍ବୁଲାନ୍ସ କର୍ମଚାରୀ, ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଥିବା ୮ଯାତ୍ରୀଙ୍କୁ କଲେ ଉଦ୍ଧାର

ଇନ୍ଦ୍ରାବତୀ: ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ଆଠଜଣ। ପାଣିରେ ସେମାନେ ଫସି ରହିଥିବାବେଳେ ଦେବଦୂତ ସାଜି ସେମାନଙ୍କ ନିକଟରେ ପହଞ୍ଚି ଅକାତକାତ ଜଳରୁ ଉଦ୍ଧାର କରିଥିଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ। ଫଳରେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ୮ଜଣ। ସେମାନେ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଯାଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ଣରେ ଇନ୍ଦ୍ରାବତୀ ନିକଟସ୍ଥ ବାରିଆଘାଟ ଗ୍ରାମର ୮ଜଣ ଯାତ୍ରୀ ଜଳଭଣ୍ଡାର ଦେଇ ଏକ ମୋଟର ଚାଳିତ ବୋଟ ଯୋଗେ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଉପରତଣ୍ଡା ଗ୍ରାମକୁ ବିବାହ କାର୍ୟ୍ୟରେ ଯୋଗ ଦେବା ନିମନ୍ତେ ଯାଉଥିଲେ। ଉପରତଣ୍ଡା ଗ୍ରାମକୁ ଯିବାକୁ ହେଲେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟ ଦେଇ ଅକାତକାତ ପାଣିରେ ଜଳ ଯାତ୍ରା କରିବାକୁ ପଡିଥାଏ। ଜଳ ଭଣ୍ଡାର ଦେଇ ଯାଉଥିବା ମୋଟର ଚାଳିତ ବୋଟ ଜଳଭଣ୍ଡାର ମଧ୍ୟ ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇ ପଡିଥିଲା। ଡ୍ରାଇଭର ବୋଟ ମରାମତି କରିବାକୁ ବହୁ ଚେଷ୍ଟା କରିଥିଲେ ହେଁ ସଫଳତା ମିଳି ନ ଥିଲା। ଦୀର୍ଘ ଦୁଇଘଣ୍ଟା ଧରି ଅଚଳ ବୋଟ ଟି ଜଳଭଣ୍ଡାର ମଧ୍ୟରେ ଭାସୁଥିଲା। ବୋଟରେ ଥିବା ୮ଜଣ ଯାତ୍ରୀ ଜୀବନ ବିକଳରେ ଚିତ୍କାର କରିଥିଲେ। ସମସ୍ତେ ଭଗବାନଙ୍କୁ ଡାକୁଥିଲେ।ଯେକୌଣସି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ ଭିତରେ ସମୟ ବିତାଉଥିଲେ ଏହି ଯାତ୍ରୀ। ସେହି ସମୟରେ ଜଳଭଣ୍ଡାର ମଧ୍ୟ ଦେଇ ଏକ ୧୦୮ବୋଟ ଆମ୍ବୁଲାନ୍ସ ଗୁଣ୍ଟୁରଖାଲକୁ ରୋଗୀ ଆଣିବାକୁ ଯାଉଥିଲା। ଆମ୍ବୁଲାନ୍ସକୁ ଦେଖି ବିପଦରେ ଫସିଥିବା ଯାତ୍ରୀ ପ୍ରାଣ ବିକଳରେ ଡାକ ପକାଇଥିଲେ। ଆମ୍ବୁଲାନ୍ସ ବୋଟ ଡ୍ରାଇଭର ଲୋକମାନେ ବିପଦରେ ଥିବା ଜାଣିପାରି ବୋଟ ଟି ନେଇ ଜଳଭଣ୍ଡାରରେ ଫସିଥିବା ଯାତ୍ରୀଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିଥିଲା। ସମସ୍ତେ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଜଳଭଣ୍ଡାର ମଧ୍ୟରେ ଏକ ବଡ଼ ଅଘଟଣ ଟଳିଗଲା ବୋଲି ଆଲୋଚନା ହେଉଛି। ୧୦୮ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଜଳଭଣ୍ଡାର ମଧ୍ୟରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା ସମସ୍ତ ଯାତ୍ରୀ ଦେବଦୂତ ସାଜି ଉଦ୍ଧାର କରିଥବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories