www.samajalive.in
Saturday, December 6, 2025
26.1 C
Bhubaneswar

୧୪ ଜିଲ୍ଲାରେ ଗଡିବନି ଘରୋଇ ବସ୍

ଜୟପୁର : ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ପ୍ରଭାବିତ ହୋଇପାରେ ଗମନାଗମନ ବ୍ୟବସ୍ଥା। ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜି ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡିବନି ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ।  ବିଗତ ଦିନରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବା ପରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସହିବାରୁ ‌‌ଆନ୍ଦୋଳନକୁ ଓହ୍ଲାଇ ଥିଲେ। ପରେ ତତ୍କାଳୀନ ବିଜେଡି ସରକାର ରାଜ୍ୟ ସଂଘ ସହ ଆଲୋଚନା କରିଥିଲେ। ଟାଇପ-୧ ଲକ୍ଷ୍ମୀ ବସ୍‌ ଚଲାଇବାକୁ ରାଜି ହୋଇଥିଲେ। ସେହି ସମୟରେ ବିରୋଧୀ ଦଳରେ ଥିବା ଆଜିର ବିଜେପି ସରକାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘକୁ ସମର୍ଥନ କରିଥିଲେ। ବର୍ତ୍ତମାନ ବିଜେପି ଶାସନକୁ ଆସିବା ପରେ ଟାଇପ-୨ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି। ଟାଇପ-୧ ପଞ୍ଚାୟତରୁ ବ୍ଲକ, ଟାଇପ-୨ରେ ବ୍ଲକରୁ ଜିଲା ସଦରମହକୁମା ଯାଏଁ ଲକ୍ଷ୍ମୀ ବସ୍‌ ଚାଲିବ ବୋଲି କୁହାଯାଇଥିଲା। ସଂଘ ପକ୍ଷରୁ ବିରୋଧ କରାଯିବାରୁ ଟାଇପ-୨ରେ ସେବାକୁ ସରକାର ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଟାଇପ-୨ରେ ଲକ୍ଷ୍ମୀ ବସ୍‌ ଚଲାଇବାକୁ ଏକ ସଂସ୍ଥା ଆବେଦନ କରି ସାରିଛି। ଏହାକୁ ବିରୋଧ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଘରୋଇ ବସ୍‌ ମାଲିକ ସଂଘ ତରଫରୁ ବିରୋଧ କରି ବନ୍ଦ ଡାକରା ଦିଆଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories