www.samajalive.in
Saturday, December 6, 2025
23.1 C
Bhubaneswar

କୁକୁଡା ଲଢେଇରୁ ହତ୍ୟା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଜୟପୁର : କୁକୁଡ଼ା କିଣାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଜୟପୁୁର ଜିଲା ଦୌରାଜଜ ପ୍ରଦୀପ କୁମାର ମହନ୍ତ ଉକ୍ତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଆଦେଶ ହୋଇଛି। କୋରାପୁଟ ଜିଲା ଜୟପୁର ବ୍ଲକ ଧନପୁର ଗ୍ରାମର ଚୁଙ୍ଗୁଡ଼ି ହରିଜନ ଏକ କୁକୁଡ଼ା ପାଳି ଥିଲେ। ସେହି କୁକୁଡ଼ାକୁ କ୍ରୟ କରିବାକୁ ଗାଁର ବୁଦୁ ହରିଜନ ଇଛା ପ୍ରକାଶ କରିଥିଲେ। ପରେ ବୁଦୁଙ୍କୁ କୁକୁଡ଼ା ନ ଦେଇ ଅନ୍ୟ ଜଣଙ୍କୁ ଚୁଙ୍ଗୁଡ଼ି ହରିଜନ ବିକ୍ରି କରି ଦେଇଥିଲେ। ବୁଦୁ ଆସି ଚୁଙ୍ଗୁଡ଼ି ହରିଜନ ସହ ଗଣ୍ଡ​‌େ​‌ଗାଳ କରି ଚାଲି ଯାଇଥିଲେ। ରାତିରେ ପୁଣି ବୁଦୁ ଆସି ଏକ ଛୁରୀରେ ଚୁଙ୍ଗୁଡ଼ି ହରିଜନଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଲକ୍ଷ୍ମୀ ହରିଜନ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ମାମଲାରେ ବୁଦୁ ଗିରଫ ହୋଇଥିଲେ। ହତ୍ୟାର ୩ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଜିଲା ଦୌରାଜଜ ମାମଲାର ବିଚାର କରି ବୁଦୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଥିବା ସରକାରୀ ଓକିଲ ଶୈଳଜା ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories