www.samajalive.in
Saturday, December 6, 2025
14.1 C
Bhubaneswar

ଛାଡ଼ପତ୍ର ଦେବେ ଜୟପୁର ରାଜକୁମାରୀ

ଜୟପୁର : ରାଜସ୍ଥାନ ଜୟପୁରର ରାଜକୁମାରୀ ତଥା ସୱାଇ ମାଧୋପୁରର ବିଜେପି ବିଧାୟିକା ଦୀୟା କୁମାରୀ ବିବାହର ୨୧ବର୍ଷ ପରେ ସ୍ବାମୀ ନ​‌େ​‌ରନ୍ଦ୍ର ସିଂହଙ୍କଠାରୁ ଛାଡ଼ପତ୍ର ଆବେଦନ କରିଛନ୍ତି। ସ୍ଥାନୀୟ ଗାନ୍ଧୀ ନଗର ପରିବାର ଅଦାଲତରେ ହିନ୍ଦୁ ବିବାହ ଆଇନାନୁସାରେ ସେ ଆବେଦନ କରିଛନ୍ତି। ଦୀୟା ହେଉଛନ୍ତି ଦିବଂଗତ ରାଜା ଭବାନୀ ସିଂହ ଓ ପଦ୍ମନୀ ଦେବୀଙ୍କ କନ୍ୟା। ରବିବାର ଉଭୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ପ୍ରସଙ୍ଗ ସେମାନଙ୍କର ଅତ୍ୟନ୍ତ ବ୍ୟକ୍ତିଗତ ଏବଂ ସେମାନେ ସୁରୁଖୁରୁରେ ଅଲଗା ହେବା ପାଇଁ ମିଳିତ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୯ ବର୍ଷର ପ୍ରେମ ସମ୍ପର୍କ ଆଧାରରେ ନରେନ୍ଦ୍ର ସିଂହ ଓ ଦୀୟାଙ୍କ ବିବାହ ୧୯୯୭ ଅଗଷ୍ଟରେ ହୋଇଥିଲା। ସେମାନଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପତି-ପତ୍ନୀ ଗତ କିଛି ମାସ ଧରି ଅଲଗା ବସବାସ କରୁଥିଲେ। ନରେନ୍ଦ୍ର ସାଧାରଣ ପରିବାରର ଥିଲେ ଏବଂ ଉଭୟ ସମାନ ଗୋତ୍ରର ହୋଇଥିବାରୁ ସେତେବେଳେ ରାଜ ପରିବାର ଓ ରାଜପୁତ ସମ୍ପ୍ରଦାୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୀୟା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବିଧାନସଭା ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି କିଛି ଦିନ ପୂର୍ବେ ଘୋଷଣା କରିଥିଲେ। ସେଥିପାଇଁ ତାଙ୍କ ସ୍ଥାନରେ ବିଜେପି ଆଶା ମୀନାଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ଏବେ ଦୀୟାଙ୍କୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଛି। ଦୀୟା ୨୦୧୩ରେ ରାଜନୀତିରେ ପାଦ ଥାପି ବିଧାୟିକା ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories