www.samajalive.in
Saturday, December 6, 2025
26.1 C
Bhubaneswar

ଆଲ୍ଲାହାବାଦ ବିଶ୍ବବିଦ୍ୟାଳୟ ହେବ ପ୍ରୟାଗରାଜ ବିଶ୍ବବିଦ୍ୟାଳୟ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବ ସରକାର ଆଲ୍ଲାହାବାଦ ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ବିଶ୍ବବିଦ୍ୟାଳୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ସମ୍ପର୍କରେ କୁଳପତି ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାର ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି ଯେ ଆଲ୍ଲାହାବାଦ ଜିଲାର ନାମ ପରିବର୍ତ୍ତନ ହୋଇ ପ୍ରୟାଗରାଜ ରଖାଯିବା ପରେ ଜିଲାର ସମସ୍ତ ଅନୁଷ୍ଠାନର ନାମକୁ ଅନୁରୂପ ଭାବେ ପରିବର୍ତ୍ତନ ପାଇଁ ଦାବି ହୋଇଛି। ରାଜ୍ୟ ସରକାର ରାଜ୍ୟର ଦୁଇଟି ଜିଲା ଆହ୍ଲାବାଦ ଓ ଫୈଜାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ଓ ଅଯୋଧ୍ୟା ରଖିଛନ୍ତି। ଜିଲାର ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏହାକୁ ଅଗ୍ରାହ୍ୟ କରିଦିଆଯାଇଛି। ବିଜେପି ବିଧାୟକ ସଙ୍ଗୀତ ସୋମ ମୁଜାଫରନଗର ଜିଲାର ନାମ ପରିବର୍ତ୍ତନ କରି ଲକ୍ଷ୍ମୀନଗର ରଖିବାକୁ ଦାବି କରିଛନ୍ତି। ଆଗ୍ରାର ନାମ ପରିବର୍ତ୍ତନ କରି ଅଗ୍ରାୱାନ ରଖିବାକୁ ଅନ୍ୟତମ ବିଧାୟକ ଜଗନ ପ୍ରସାଦ ଗାର୍ଗ ଦାବି କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories