ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ
ଗୁରୁଡିଝାଟିଆ:ଆଠଗଡ ବିଜେଡି ପକ୍ଷରୁ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ କରାଯାଇଛି। ସମତା ଭିତ୍ତିକ ସମାଜ ଗଠନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଚିନ୍ତା ଚେତନା ଓ ଆଦର୍ଶ ଯୁବପିଢି ପାଇଁ ଏବେବି ପ୍ରାସଙ୍ଗିକତା ରହିଛି ବୋଲି ଉପସ୍ଥିତ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ମତପ୍ରକାଶ କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ପ୍ରରିପ୍ରେକ୍ଷିରେ ଧୁରୁଷିଆ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆଠଗଡ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ରକ୍ତଦାନ ଶିବିରକୁ ଉଦଘାଟନ କରି ରକ୍ତଦାତା ହିଁ ସମାଜର ପ୍ରକୃତ ବନ୍ଧୁ। ସେମାନଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅମୂଲ୍ୟଜୀବନକୁ ବଞ୍ଚାଇବାରେ ସହାୟକ ହୋଇଥାଏ ବୋଲି କହିବା ସହ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ବିଜୁ ଯୁବ ଜନତାଦଳ ସଭାପତି ବିନୋଦ ମାଝି, ବିଜୁ ଛାତ୍ର ଜନତାଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପାଣି, ଯୁବନେତା ନିରାକାର ଲେଙ୍କା, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ସମିତିସଭ୍ୟ ମିନତୀ ଜେନା, ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ, ହରିବନ୍ଧୁ ପଣ୍ଡା, ମଙ୍ଗୁଳିଚରଣ ପାଣି, ଅନ୍ତର୍ଯ୍ୟାମୀ ବେହେରା, ଦେବରାଜ ପ୍ରଧାନ ଙ୍କ ସହିତ ଦଳୀୟ କର୍ମୀ ଓ ବିଜୁ ଛାତ୍ର ଓ ମହିଳା ଜନତାଦଳର ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ।
Comments are closed.