www.samajalive.in
Monday, December 8, 2025
13.1 C
Bhubaneswar

‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ: ଜୟନାରାୟଣ ମିଶ୍ର

ସମ୍ବଲପୁର: ‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସମ୍ବଲପୁର ବିଜେପି ଜିଲା ଶାଖା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରି ନାଏକ ଦାବି କରିଛନ୍ତି ଯେ, ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଏହା ସହ ରାଜ୍ୟରେ ୫୦୦୦ରୁ ଊର୍ଦ୍ଧ୍ଵ ଶିଶୁ ନିଖୋଜ ଥିବା ଘଟଣାର ସିବିଆଇ ତଦନ୍ତ କରାଯାଉ।

ସମ୍ବଲପୁର ଜିଲାରେ ମଧ୍ୟ ଗୋଟିଏ ବର୍ଷ ଭିତରେ ୮୦ ଶିଶୁ ନିଖୋଜ ହୋଇଯାଇଛନ୍ତି। ଜିଲାରେ ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଜିଲା ଶିଶୁ ସୁରକ୍ଷା କମିଟି ନିଷ୍କ୍ରିୟ ହୋଇ ପଡିଥିବା ବିଧାୟକ ନାଉରୀ ନାଏକ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସମ୍ବଲପୁର ଜିଲା ସମେତ ସାରା ରାଜ୍ୟରେ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇ ଲଢେଇ କରିବ ବୋଲି ଜିଲା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଗିରୀଶ ପଟେଲ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲା ସାଧାରଣ ସମ୍ପଦକ ଅନିଲ ବେହେରା ଓ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି ଉପସ୍ଥିତ ଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories