www.samajalive.in
Sunday, December 7, 2025
13.1 C
Bhubaneswar

ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଙ୍ଗାମା

ଡେସ୍କ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅସଂସଦୀୟ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟିର ଜୟା ବଚ୍ଚନଙ୍କ ବିରୋଧରେ ରାଜ୍ୟସଭାରେ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି। ଗୃହ ନେତା ଜେପି ନଡ୍ଡା ଏହି ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଙ୍କ ମନ୍ତବ୍ୟ ଅସଂସଦୀୟ ଏବଂ ଅତ୍ୟନ୍ତ ଆପତ୍ତିଜନକ ବୋଲି ସେ କହିଛନ୍ତି। ଶ୍ରୀ ଧନଖଡ଼ ଜୟା ବଚ୍ଚନଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଉଠାଇ କହିଛନ୍ତି ଯେ ଅଧ୍ୟକ୍ଷଙ୍କ ଖ୍ୟାତିକୁ କ୍ଷତି ପହଞ୍ଚାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ବିଶେଷ କରି ଜୟା ବଚ୍ଚନ ଅଧ୍ୟକ୍ଷଙ୍କ ସ୍ୱର, ଭାଷା ଓ ସ୍ୱଭାବକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କ ଆପତ୍ତି ଥିଲା।

ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ଶାସକ ଦଳର ସଦସ୍ୟମାନେ ମଧ୍ୟ ଆପତ୍ତି ଉଠାଇଥିଲେ। ହଙ୍ଗାମା ଭିତରେ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କାରରିଥିଲେ। ଏହାପରେ ଅନେକ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରିବା ସହ ଗୃହ ଓ ଅଧ୍ୟକ୍ଷଙ୍କ ଶୃଙ୍ଖଳ କୁ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଆଜି ପ୍ରଶ୍ନକାଳ ହୋଇନଥିବା ବେଳେ ଗୃହ ଏହି ପ୍ରସଙ୍ଗରେ ତିନିଥର ମୁଲତବୀ ରହିଥିଲା। କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବିରୋଧୀଙ୍କ ଆଚରଣ ଗ୍ରହଣୀୟ ନୁହେଁ ଏବଂ ସେମାନେ ଅଧ୍ୟକ୍ଷଙ୍କୁ କ୍ଷମା ମାଗିବା ଉଚିତ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲାର) ନେତା ଏଚଡି ଦେବେଗୌଡ଼ା କହିଛନ୍ତି ଯେ ଗୃହର ସଦସ୍ୟମାନେ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଏବଂ ନିବେଦନକୁ ସମ୍ମାନ ଦେବା ଉଚିତ୍।

- Advertisement -

ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ମାନିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ ଏବଂ ଯେଉଁମାନେ ଏହାକୁ ବାରମ୍ବାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜେଡିୟୁର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ଅଧ୍ୟକ୍ଷଙ୍କ ସମ୍ପର୍କରେ ବିରୋଧୀ ଦଳର ସଦସ୍ୟଙ୍କ ବର୍ଣ୍ଣନାକୁ ଅତ୍ୟନ୍ତ ଅପମାନଜନକ ବୋଲି କହିବା ସହ ଜୟା ବଚ୍ଚନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଏହି ଘଟଣାକୁ କଳା ଦିବସ ବୋଲି କହିବା ସହ ବିରୋଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଭାରତ ରାଷ୍ଟ୍ର ସମିତି ସଦସ୍ୟ କେଆର ସୁରେଶ ରେଡ୍ଡୀ ଏବଂ ଏନସିପି ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ଅଧ୍ୟକ୍ଷଙ୍କ ବିରୋଧରେ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ଶୂନ୍ୟକାଳ ଶେଷ ହେବା ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ବିଜେପି ନେତା ଘନଶ୍ୟାମ ତିୱାରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବୟାନ ଦେଉଥିଲେ। ଏହି ସମୟରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଅଧ୍ୟକ୍ଷଙ୍କୁ ନେଇ ମନ୍ତବ୍ୟ ଦେଇଥିଲେ। ଶ୍ରୀ ଧନଖଡ଼ ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରି କହିଛନ୍ତି ଯେ ତାଙ୍କ ଆଚରଣ ଗୃହର ଶୃଙ୍ଖଳା ବିରୁଦ୍ଧରେ ଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories