ସମାଜ ଡିଜିଟାଲ ଡେସ୍କ: ଆଜି ରୁଷରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ସମୟ ସମୟରେ ଜାପାନରେ ସୁନାମିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି । ସେହି ସମୟରେ ଜାପାନରେ ମଧ୍ୟ ସମୁଦ୍ରରେ ଉଚ୍ଚ ଢେଉ ଦେଖାଯାଇଛି, ଯାହା ଫଳରେ ସୁନାମୀର ବିପଦ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକ ସତର୍କତା ଜାରି କରାଯାଇଛି । ଏହାସହିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସତର୍କତା ପରେ ଫୁକୁସିମା ପରମାଣୁ ପ୍ଲାଣ୍ଟକୁ ଖାଲି କରିବା କାମ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଏହା ସେହି ପ୍ଲାଣ୍ଟ ଯାହାକି ୨୦୧୧ ସୁନାମି ସମୟରେ କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ୧୯ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସ୍ଥିତି ଯେପରି ପୁର୍ନବାର ନଉଠେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଫୁକୁସିମା ଦାଇଚି ପରମାଣୁ କେନ୍ଦ୍ର ଜାପାନର ଫୁକୁସିମା ପ୍ରଦେଶରେ ନିର୍ମିତ ହୋଇଛି । ଏହା ୧୯୭୧ମସିହାରେ ଆରମ୍ଭ ହୋଇଥିଲା । ଏହା ଏକ ଶକ୍ତି ପରମାଣୁ କେନ୍ଦ୍ର, ଯାହା ଟୋକିଓ ଇଲେକ୍ଟ୍ରିକ୍ ପାୱାର କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ୨୦୧୧ ସୁନାମି ପୂର୍ବରୁ ଏଥିରେ ୬ଟି ପରମାଣୁ ରିଆକ୍ଟର ଥିଲା । ସୁନାମିରେ ଏହା ଧ୍ୱଂସ ପରେ ବର୍ତ୍ତମାନ କେବଳ ଗୋଟିଏ ବାକି ରହିଛି ।
୨୦୧୧ରେ ଜାପାନରେ କଣ ଘଟିଥିଲା?
୧୧ମାର୍ଚ୍ଚ ୨୦୧୧ରେ ଜାପାନ ଟ୍ରେଞ୍ଚର ହୋନସୁର ଉତ୍ତରପୂର୍ବ ଉପକୂଳରେ ଭୂକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୯.୧ଥିଲା । ଏହାର ମାତ୍ର ୩୦ମିନିଟ ମଧ୍ୟରେ ସମୁଦ୍ରରେ ସୁନାମି ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁସାରେ ସେହି ସମୟରେ ହୋଇଥିବା ସୁନାମୀରେ ୧୯ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ସୁନାମୀରେ ଫୁକୁସିମା ପରମାଣୁ କେନ୍ଦ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।



