www.samajalive.in
Monday, December 15, 2025
26.1 C
Bhubaneswar

ପଳାଶପଙ୍ଗାରେ ଜନ୍ତାଳ ପର୍ବ: ସନ୍ଥେଭଞ୍ଜ ପାହାଡ଼ ଉନ୍ନତିକରଣ ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବୀ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ସନ୍ଥେଭଞ୍ଜ ପାହାଡ ଉପରେ ଅବସ୍ଥାପିତ ପ୍ରଭୁ ସନ୍ଥେଭଞ୍ଜଙ୍କ ନିକଟରେ ରବିବାର ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ୫୦ରୁ ଊର୍ଦ୍ଧ୍ବ ଗ୍ରାମର ହଜାର ହଜାର ମହିଳା ଓ ପୁରୁଷ ଏହି ପର୍ବରେ ସାମିଲ ହୋଇ ଧୁମଧାମରେ ପାଳନ କରିଛନ୍ତି। ରାଜାରାଜୁଡା ଅମଳରୁ ଶହେବର୍ଷରୁ ଊର୍ଦ୍ଧ୍ବ ସମୟଧରି ପ୍ରଚଳିତ ଏହି ପର୍ବରେ ଗଉଡଦେଶ ଦଣ୍ଡପାଟ ଅଧିନ ସ୍ଥାନୀୟ ୪୫ଟି ରାଜସ୍ୱ ଗ୍ରାମ ପାଇଁ ଏହି ପର୍ବରେ ମୁଖ୍ୟତଃ ନୂଆଖାଇ ପୂଜାର୍ଚ୍ଚନା ହୋଇଥାଏ।

ପରମ୍ପରା ଅନୁଯାୟୀ, ଭାଦ୍ରବ ମାସ ଶୁକ୍ଳପକ୍ଷ ତିଥି ପରଠାରୁ ଯେକୌଣସି ଏକ ଶୁଭ ଦିନରେ ଏହି ପର୍ବ ଅନୁଷ୍ଠିତ ହେବାପରେ ୪୫ଟି ଗ୍ରାମର ଗ୍ରାମଦେବୀଙ୍କ ନିକଟରେ ପୂଜା ଲାଗି ହୋଇ ନୂଆଖାଇ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ପ୍ରଚଳିତ ପ୍ରଥା ଅନୁଯାୟୀ ଏବେ ମଧ୍ୟ ପ୍ରଥମେ କେନ୍ଦୁଝର ରାଜ ପରିବାରରୁ ଭୋଗ ଲାଗି ହୋଇଥାଏ। ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମାନସିକ ଭୋଗ ଠାକୁରଙ୍କ ନିକଟରେ ସମର୍ପଣ କରିଥାନ୍ତି। ଏହାପରେ ଟାଙ୍ଗରାଣୀ ଗ୍ରାମର ଚେମୁଟୁ ଦେହୁରୀ ସମସ୍ତ ୪୫ଟି ଗ୍ରାମରୁ ଆସିଥିବା ଛେଳି, ମେଣ୍ଢା ଓ କୁକୁଡା ପ୍ରଭୁ ସନ୍ଥେଭଞ୍ଜଙ୍କ ନିକଟରେ ପୂଜା ହେବାପରେ ବଳି ଲାଗି ମାନସିକ ପୂଜା ହୋଇଆସିଥାଏ ବୋଲି ଗଡ଼ନାୟକ ପ୍ରମୋଦ କୁମାର ମହାପାତ୍ର କହିଛନ୍ତି। ପୂର୍ବରୁ ପ୍ରତି ୧୦ବର୍ଷରେ ଥରେ ଏହି ପର୍ବରେ ମଇଁଷି ବଳି ପଡୁଥିବା ବେଳେ ଗତ ୫ଦଶନ୍ଧି ଧରି ମଇଁଷି ବଳି ପ୍ରଥାକୁ ଉଛେଦ କରାଯାଇଛି ବୋଲି ଗଡ଼ନାୟକ ଶ୍ରୀ ମହାପାତ୍ର କହିଛନ୍ତି। ଏହି ଅବସରରେ ସନ୍ଥେଭଞ୍ଜ ପାହାଡ ଉପରେ ଲାଗିଥିବା ମେଳାକୁ ଉପଭୋଗ କରିବାକୁ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥାଏ। ବହୁ ପୁରାତନ ଐତିହ୍ୟସମ୍ପନ୍ନ ଏହି ପାହାଡକୁ ଯାତାୟତ ସୁବିଧା ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ବାସନ୍ତୀ ନାଏକ, ସମିତିସଭ୍ୟ ସଞ୍ଜୟ କୁମାର ନାଏକ, ଜିଲାପରିଷଦ ସଦସ୍ୟା ଲିଳାବତୀ ମହାନ୍ତ, ୱାର୍ଡ ସଭ୍ୟ ସତ୍ୟରଞ୍ଜନ ପ୍ରଧାନ, ଗ୍ରାମବାସୀ ଫକୀର ପ୍ରଧାନ, ସୁବାସ ପ୍ରଧାନ, ପାର୍ବତୀ ଗିରି, ଚିତ୍ତରଞ୍ଜନ ପ୍ରଧାନ, ରାମଚନ୍ଦ୍ର ଗିରି, ବସନ୍ତ ନାଏକ, ରାଜୁ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories