www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଆଜି ମଧ୍ୟ ଏଠାକୁ ଆସନ୍ତି ପ୍ରଭୁ, ଜାଣନ୍ତୁ ଏହି ସ୍ଥାନ ସହ ଜଡ଼ିତ ରହସ୍ୟ

ପ୍ରତିବର୍ଷ ଭାଦ୍ରକ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ। ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ଏହି ପର୍ବ ବିଶେଷ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯାଇଥାଏ। ଏଭଳି ଦେଖିବାକୁ ଗଲେ ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ ଆସନ୍ତି ବୋଲି ମାନ୍ୟତା ରହିଛି। ସେହି ସ୍ଥାନ ହେଉଛି ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।
ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଏହି ମହଲର ଆଖ-ପାଖରେ ପ୍ରଭୁକୃଷ୍ଣ ରାଧାଙ୍କ ସହ ଗୋପିମାନେ ମଧ୍ୟ ନୃତ୍ୟ କରନ୍ତି।
ଏହି ମାନ୍ୟତା ଅନୁଯାୟୀ, ବର୍ତମାନ ମଧ୍ୟ ଏହି ସ୍ଥାନ ସନ୍ଧ୍ୟା ସମୟରେ ଶୀଘ୍ର ବନ୍ଦ କରାଯାଏ। କାହାକୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି। ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ଶୃଙ୍ଗାରର ଜିନିଷ ଏବଂ ଭୋଗ ରଖି ଦିଅନ୍ତି। ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି। ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ।
ଏହି ସ୍ଥାନ ସହ ଜଡ଼ିତ ଆଉ ବିଶେଷ ଏକ ମାନ୍ୟତା ଅନୁଯାୟୀ, ଏଠାକେ ଥିବା ପ୍ରତି ଗଛ ଯୋଡ଼ାରେ ରହିଛନ୍ତି। ଏହା ସହ ଗଛର ଶାଖା ମଧ୍ୟ ପରସ୍ପର ସହ ଜଡ଼ିତ ହୋଇ ରହିଛି।ଏଠାରେ ଥିବା ବୃକ୍ଷ ଗୁଡ଼ିକୁ କେହି କିଛି ମଧ୍ୟ କ୍ଷତି କରିନଥାଆନ୍ତି। ଏହାସହ ମାନ୍ୟତା ଅନୁଯାୟୀ, ଏଠାରେ ସ୍ଥିତ ବାଙ୍କେ-ବିହାରୀ ଜୀଙ୍କ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅଭିଷେକ ଏବଂ ଭୋଗ ଲଗାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories