www.samajalive.in
Saturday, December 6, 2025
19.1 C
Bhubaneswar

୨ ଚକିଆ ପାଇଁ ୩୦ ହଜାର, କାର୍‌ କିଣିଲେ ମିଳିବ ଦେଢ଼ ଲକ୍ଷ ପ୍ରୋତ୍ସାହନ ରାଶି; ରାଜଧାନୀରେ ଇ-ବାହନ ନୀତି ଶୁଭାରମ୍ଭ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ଲାଗି କେଜ୍ରିୱାଲି ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ଇ-ବାହନ ନୀତିର ଶୁଭାରମ୍ଭ କରିଛନ୍ତି। ସରକାର ଏହି ନୀତିକୁ ପ୍ରୋତ୍ସାହିତକରିବା ଲାଗି ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରିବେ। ଏହି ନୀତି ଅଧୀନରେ ୨ ଚକିଆ ଇଲେକ୍ଟ୍ରିକ୍‌ ଯାନ ପାଇଁ ସରକାର ୩୦ ହଜାର ଟଙ୍କା, କାର୍‌ ପାଇଁ ଦେଢ଼ ଲକ୍ଷ ଏବଂ ଅଟୋ ପାଇଁ ୩୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ।

ଏହି ନୀତିକୁ ଶୁଭାରମ୍ଭ କରି କେଜ୍ରିୱାଲ କହିଛନ୍ତି, ବିଦ୍ୟୁତ ଚାଳିତ ଯାନ ନୀତି ପ୍ରସ୍ତୁତ ରହିଛି। ଦିଲ୍ଲୀ ସରକାର ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଆଜିଠାରୁ ୫ ବର୍ଷ ପରେ ଯେତେବେ​‌ଳେ ସବୁଠି ଇଲେକ୍ଟ୍ରିକ୍‌ ଯାନର ଚର୍ଚ୍ଚା ହେଉଥିବ, ସେତେବେଳେ ଦିଲ୍ଲୀର ନାଁ ଶୀର୍ଷ​‌ରେ ରହିବ। ସରକାର ଇ-ଯାନ ନୀତି ଅଧୀନରେ ଯେଉଁମାନେ ଇଲେକ୍ଟ୍ରିକ୍‌ ଯାନ କ୍ରୟ କରିବେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨ ଚକିଆ ଯାନ ପାଇଁ ୩୦ ହଜାର, କାର୍‌ ପାଇଁ ଦେଢ଼ ଲକ୍ଷ, ଅଟୋ ରିକ୍ସା ଏବଂ ଇ-ରିକ୍ସା ପାଇଁ ୩୦ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories