www.samajalive.in
Monday, December 15, 2025
26.1 C
Bhubaneswar

ଖୋଲିବ ୨ ହଜାର ନୂଆ ଜନଔଷଧି କେନ୍ଦ୍ର

ନୂଆଦିଲ୍ଲୀ: ୨୦୦୦ ନୂଆ ଜନଔଷଧି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କେନ୍ଦ୍ର ଗ୍ରାମୀଣ ଅଞ୍ଚଳରେ କୃଷି ଋଣ ସମିତିରେ ଖୋଲାଯିବ। ଏଥିପାଇଁ କୃଷି ଋଣ ସମିତିକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ ମିଳି ସାରିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ପରେ ଆସନ୍ତା ଅଗଷ୍ଟ ସୁଦ୍ଧା ପ୍ରାୟ ୧୦୦୦ ଜନଔଷଧି ଖୋଲା ଯାଇପାରେ ଏବଂ ଡିସେମ୍ବର ସୁଦ୍ଧା ଅନ୍ୟ ସମସ୍ତ କେନ୍ଦ୍ରଗୁଡିକ ଖୋଲାଯିବା ଲକ୍ଷ୍ୟ ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ମଧ୍ୟରେ ଆଲୋଚନା ପରେ ଜନୌଷଧି କେନ୍ଦ୍ର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ବିଭିନ୍ନ ଔଷଧ ମଧ୍ୟ ସୁଲଭ ମୂଲ୍ୟରେ ପାଇପାରିବେ ସାଧାରଣ ଲୋକ। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୯୪୦୦ ଜନଔଷଧି କେନ୍ଦ୍ର ରହିଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ଏହି କେନ୍ଦ୍ର ଗୁଡିକରେ ସଧାରଣ ଲୋକେ ଖୁବ କମ୍ ଦାମରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଚିକିତ୍ସା ଉପକରଣ ପାଇପାରିବେ। ଏହିସବୁ ଔଷଧ ବା ଚିକିତ୍ସା ଉପକରଣ ବଜାର ଅପେକ୍ଷା ୫୦ରୁ ୯୦% କମ୍ ମୂଲ୍ୟରେ ମିଳିଥାଏ । ଏକ ଜନଔଷଧି କେନ୍ଦ୍ର ନିର୍ମାଣର ଆବେଦନ କରିବା ପାଇଁ ୫୦୦୦ଟଙ୍କା ଦେୟ ଦେବାକୁ ପଡିବ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories