ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରରେ ସଜାଗ ସେନା କର୍ମଚାରୀ ଗତକାଲି ରାତିରେ ଯୁଦ୍ଧରେ ବ୍ୟବହାର ହେଉଥିବା କିଛି ଜିନିଷ ସହ ତିନି ଜଣ ସନ୍ଦିଗ୍ଧଙ୍କୁ ଧରିଥିଲେ। ପୁଲିସ ଏବଂ ଯବାନ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରଖିଛନ୍ତି।
ସୂଚନାନୁଯାୟୀ, ଜାମ୍ମୁ କାଶ୍ମୀର ପୁଲିସର ସହଯୋଗରେ ସେନା ଏହି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଯୁଦ୍ଧରେ ବ୍ୟବହୃତ ଜିନିଷ ସହ ସନ୍ଦିଗ୍ଧଙ୍କୁ ଖାନସାହିବ ପୁଲିସ ଷ୍ଟେସନର ୱାଗର ଅଞ୍ଚଳରୁ ଗିରଫ କରାଯାଇଥିଲା। ଗ୍ରେନେଡ,ଗୁଳି ସହ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।
ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ତିନି ସନ୍ଦିଗ୍ଧ ଗିରଫ
Popular Categories



