ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ଶ୍ରୀନଗରଠାରେ ସ୍ଥିତ ପମ୍ପୋସ ହୋଟେଲରେ ଭୟାଭୟ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ହୋଟେଲରେ ଏକାଧିକ ମିଡିଆ ଅନୁଷ୍ଠାନର କାର୍ଯ୍ୟାଳୟ ଥିଲା। ଅଗ୍ନିକାଣ୍ଡର ଭୟାଭୟତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ୫ଟି ଗାଡ଼ିକୁ ମୁତୟନ କରାଯାଇଛି। ୬ମହଲା ବିଶିଷ୍ଟ ଏହି ହୋଟେଲରେ ଅଗ୍ନିକାଣ୍ଡରେ କେହି ହତାହତ ହୋଇ ନଥିଲେ ମଧ୍ୟ ଅଗ୍ନିକାଣ୍ଡ ହେତୁ ହୋଟେଲ ମଧ୍ୟରେ ଏକାଧିକ ଲୋକ ଫସି ରହିଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି। ହୋଟେଲର ୬ଷ୍ଠ ମହଲାରେ ନିଆଁ ଲାଗିଥିବାରୁ କ୍ରେନ ସହଯୋଗରେ ନିଆଁକୁ ଆୟତ୍ତ କରିବା ଯାଉଛି।
Popular Categories



