www.samajalive.in
Monday, December 15, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଜାମୁ ଇଡ୍‍ଲି

ଜାମୁକୋଳି ଏବେ ପର୍ଯ୍ୟାପ୍ତ ମିଳୁଛି। ଏହା ଭିଟାମିନରେ ପରିପୂର୍ଣ୍ଣ ହୋଇଥିବା ସହ ବିଭିନ୍ନ ରୋଗ ପାଇଁ ବି ଉପକାରୀ। ଖାଲିରେ ଖାଇବା ସହିତ ଏଥିରେ କିଛି ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବା ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି! ଜାମୁ ଇଡ୍‍ଲି ପ୍ରସ୍ତୁତ କରନ୍ତୁ। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ସେମିତି ସ୍ୱାଦିଷ୍ଟ।

ଆବଶ୍ୟକ ସାମଗ୍ରୀ:
– ପାଚିଲା ଜାମୁକୋଳି- ୧୦ରୁ ୧୫ଟି
– ସୁଜି- ୧କପ୍‍
– ଦରଚୂନା ଚାଉଳ- ୧ ବଡ ଚାମଚ
– ଅଧା କପ୍‍ ଦହି
– ସ୍ୱାଦାନୁସାରେ ଲୁଣ
– ଛୋଟ ଚାମଚରେ ୧ଚାମଚ ଲେଖାଏ ଫ୍ରୁଟ୍‍ ସଲ୍‍ଟ
– ତେଲ

- Advertisement -

ପ୍ରସ୍ତୁତି: ସୁଜି, ଚାଉଳଗୁଣ୍ଡ ଏବଂ ଲୁଣ ମିଶାଇ ଦିଅନ୍ତୁ। ଏଥିରେ ଦହି ପକାଇ ଭଲଭାବେ ଫେଣ୍ଟିଦେବେ। ଜାମୁକୋଳିରୁ ମଞ୍ଜି ବାହାର କରି ଗ୍ରାଇଣ୍ଡରରେ ମିଶାଇଦେବା ପରେ ଆବଶ୍ୟକତାନୁସାରେ ପାଣି ମିଶାନ୍ତୁ। ଇଡ୍‍ଲି କରିବା ଲାଗି କୁକର କିମ୍ବା ଡେକ୍‍ଚିରେ ପାଣି ଦେଇ ଗରମ ହେବାକୁ ବସାଇ ଦିଅନ୍ତୁ। ଏବେ ଇଡ୍‍ଲି ଛାଞ୍ଚରେ ତେଲ ଲଗାଇଦେବେ। ପ୍ରସ୍ତୁତ ହୋଇଥିବା ପିଠଉରେ ଫ୍ରୁଟ୍‍ ସଲ୍ଟ ମିଶାଇ ଅଳ୍ପ ଅଳ୍ପ ନେଇ ଛାଞ୍ଚରେ ରଖି ଦିଅନ୍ତୁ। ପରେ ଫୁଟି ଆସୁଥିବା ପାଣିରେ ଏହି ଛାଞ୍ଚକୁ ରଖିଦେବେ। ୧୫-୨୦ ମିନିଟ ପରେ ଇଡ୍‍ଲି ପ୍ରସ୍ତୁତ। ଟିକେ ଥଣ୍ଡା ହେବା ପରେ ଏହାକୁ କାଢି ନଡିଆ ଚଟଣି ସହ ପରଷି ଦିଅନ୍ତୁ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories