www.samajalive.in
Sunday, December 14, 2025
19.1 C
Bhubaneswar

ସହାୟତା ଅପେକ୍ଷାରେ ଜମ୍ବେଶ୍ଵର

ଫୁଲବାଣୀ : କିଛି ଲୋକଙ୍କୁ ବିଧାତା ଦାଉ ସାଧିଲା ପରି ଦୁଃଖ ଉପରେ ଦୁଃଖ ଦେଇ ଚାଲିଥାଏ । ଏମିତି ଦୃଶ୍ୟ କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ମଲିକ ସାହି ଗ୍ରାମର  ଜମ୍ବେଶ୍ଵର ସେଠୀଙ୍କ ପରିବାରରେ ଦେଖିବାକୁ ମିଳିଛି । ଜମ୍ବେଶ୍ଵର ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ବୟସ ୮୦ ବର୍ଷ ହେବ । ସେ ନିଜେ ଚଳିବା ପାଇଁ ଅସମର୍ଥ ଥିବାବେଳେ ତାଙ୍କର ସ୍ତ୍ରୀ ୩ ମାସ ତଳେ ଆରପାରିକୁ ଚାଲିଗଲେ । ପରେ ପୁଅ କିଡନୀ ରୋଗରେ ମେଡିକାଲରେ ମୃତ୍ୟୁବରଣ କଲେ । ତାଙ୍କ ବୋହୂ ମାସେ ପୂର୍ବରୁ କେଉଁଆଡେ ଚାଲିଯାଇଥିବାବେଳେ ବର୍ତ୍ତମାନ ଦୁଇ ନାତି ସମ୍ବିତ ସେଠୀ ଓ ଶେଖର ସେଠୀକୁ ଧରି କିପରି ପୁଅର ଶୁଦ୍ଧି କ୍ରିୟା ସମାପନ କରି ବଞ୍ଚିବେ ସେନେଇ ସେ ଚିନ୍ତାରେ ପଡିଛନ୍ତି । ତେଣୁ ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଜ ସେବୀ, ସ୍ଵେଚ୍ଛା ସେବୀ ସଂଗଠନ ଓ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ଜମ୍ବେଶ୍ଵର ସେଠୀ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories