ଜଳେଶ୍ବର : ବାଲେଶ୍ୱର ଜିଲା ଏନ୍ଏଚ୍-୧୬ର ନନ୍ଦିକା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ରେ ୪୦ରୁ ଅଧିକ ଶ୍ରମିକ ମୟୂରଭଞ୍ଜର ବାର ମାଇଲ୍ରୁ କମର୍ଦା ଅଞ୍ଚଳକୁ ବିଲ କାମ କରିବା ପାଇଁ ଆସୁଥିଲେ। ନନ୍ଦିକା ବାଇପାସ ନିକଟରେ ପିକ୍ଅପ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।
Popular Categories



