www.samajalive.in
Saturday, December 6, 2025
23.1 C
Bhubaneswar

ସ୍ମିତାରାଣୀ ମୃତ୍ୟୁ ଘଟଣା ଜେଲ୍ ଗଲେ ରୂପେଶ

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ଗିରଫ  ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଜେଲ୍ ପଠାଇଦେଇଛି ପୁଲିସ। ରୂପେଶଙ୍କୁ ଶନିବାର ସଂନ୍ଧ୍ୟାରେ ଗିରଫ କରିଥିଲା ଧର୍ମଶାଳା ପୁଲିସ।  ଗୁରୁବାର ଠାରୁ ଅଟକ ରଖି ଧର୍ମଶାଳା ପୁଲିସ ରୂପେଶ ଏବଂ ଅନ୍ୟ ୫ ଜଣଙ୍କୁ ପଚରାଉଚୁରା କରୁଥିଲା ।  ଶନିବାର ଯାଜପୁର ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ କହିଥିଲେ ଯେ ସ୍ମିତାରାଣୀ ଓ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂପର୍କ ଥିଲା । ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିବା ପରେ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ସ୍ମିତାରାଣୀ ଗେଷ୍ଟ ହାଉସର ଉପର ମହଲାରେ ଥିବା ବାଥରୁମକୁ ଯାଇ ସେଠାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ଏବଂ ଏଥିପାଇଁ ରୁପେଶଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ଧର୍ମଶାଳା ପୁଲିସ। କିନ୍ତୁ ଘଟଣାକୁ ନେଇ ରାଜନିତୀ ଜୋର ଧରିଛି। ଉଭୟ ବିଜେପି ଏବଂ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଘେରିଛନ୍ତି। ଉଭୟ ଦଳର ପ୍ରତିନିଧୀ ମାନେ ହରିଦାସ ପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ସର୍ବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ବିଜେପି ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିଜେଡି ଲିଙ୍କକୁ ନେଇ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଆସନ୍ତା ୨୧ ତାରିଖରେ ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories