ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫଦାରି ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏଯାଏଁ ୪୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଯାଜପୁର ଏସପିଙ୍କ ପକ୍ଷରୁ ସୂଚନା ମିଳିଛି।
ପୂର୍ବରୁ ଏହି ଘଟଣାରେ ୧୧ଜଣ ଅଭିଯୁକ୍ତିଙ୍କୁ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୬ଜଣ ମହିଳା ରହିଥିଲେ ।ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ଗତକାଲି ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।
ଜଣେ ସାମ୍ବାଦିକଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହ ଗାଡ଼ି ମଧ୍ୟ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା । ଖବର ସଂଗ୍ରହ ବେଳେ ଦୁର୍ବୃତ୍ତ ମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିଲେ । ସାମ୍ବାଦିକ ମାନଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ମାନେ ପିଟିଥିବା ଦେଖିବାକୁ ମିଳିଥିଲା । ସମସ୍ତ ତିନିଜଣ ସାମ୍ବାଦିକ ଆହତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେପଟେ ଏନେଇ ଯାଜପୁର ଏସପି ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।
ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ; ଗିରଫ ସଂଖ୍ୟା ୪୨କୁ ବୃଦ୍ଧି
Popular Categories



