www.samajalive.in
Saturday, December 6, 2025
23.1 C
Bhubaneswar

କର୍ମଚାରୀଙ୍କ ପାଇଁ ଖୁସି ଖବର, ଆସୁଛି ନୂଆ ପେନସନ ସ୍କିମ୍‍ !

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । ଇପିଏଫଓ ଆଣିପାରେ ନୂଆ ପେନସନ ସ୍କିମ୍‍ । ଉପିଏଫଓ ନୂଆ ପେନସନ ସ୍କିମ୍‍ ଆଣିବା ନେଇ ବଚାର କରୁଥିବା ଜଣାପଡ଼ିଛି । ତେବେ ଏହି ସୁବିଧା କେବଳ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନେ ଲାଭ ପାଇପାରିବେ । ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ ଅଧିକ ରହିଥିବ ସେମାନଙ୍କୁ ନେଇ ଇପିଏଫଓ ନୂଆ ପେନସନ ସ୍କିମ୍‍ ତିଆରି କରିବ । ଅନ୍ୟପଟେ ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ଠାରୁ କମ୍‍ ରହିଥିବ ସେମାନଙ୍କ ପାଇଁ ମଧ୍ୟ ଇପିଏଫଓ କିଛି ବ୍ୟବସ୍ଥା କରିଛି । ସେମାନଙ୍କୁ ଏପିଏଫଓ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ପେନସନ୍ ସ୍କିମ୍ ୧୯୯୫ (ଇପିଏସ୍-୯୫)ରେ ସାମିଲ କରାଯାଉଛି ।

କିଛି କର୍ମଚାରୀ ପେନସନକୁ ନେଇ ଦାବି କରୁଛନ୍ତି । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଇପିଏଫଓ ନୂଆ ପେନସନ ସ୍କିମ୍‍ ବ୍ୟବସ୍ଥା କରୁଛି । ଆସନ୍ତା ମାର୍ଚ୍ଚ ମାସରେ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ବସିବ । ଏହି ବୈଠକ ଗୌହାଟିରେ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ବସିବ ବୋଲି ଜଣାପଡ଼ିଛି । ଏଥିରେ ଏହି ନୂତନ ପେନସନ ସ୍କିମକୁ ନେଇ ଆଲୋଚନା ହୋଇପାରେ । ପୂର୍ବରୁ ଏନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଥିଲା ।

- Advertisement -

ମାର୍ଚ୍ଚ ମାସର ୧୧ ଓ ୧୨ ତାରିଖରେ ବସିବାକୁଥିବା ଏହି ବୈଠକରେ ଯଦି ଏହି ନୂତନ ପେନସନ ସ୍କିମକୁ ନେଇ ଆଲୋଚନା କରାଯାଏ । ତେବେ ଏହା ଦ୍ୱାରା ସଂଗଠିତ କ୍ଷେତ୍ରର ଆଉ ୫୦ ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories