www.samajalive.in
Saturday, December 6, 2025
26.1 C
Bhubaneswar

ବିଗ୍‍ ବିଙ୍କ ପାଇଁ ଘର ଖାଦ୍ୟ ଆଣିଲେ ବାହୁବଳୀ ପ୍ରଭାସ

ମୁମ୍ବଇ : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କିଛି ଦିନ ହେବ ସାଉଥ୍‍ ସୁପରଷ୍ଟାର ପ୍ରଭାସଙ୍କ ସହ ସୁଟିଂ କରୁଛନ୍ତି। ରବିବାର ବିଗ୍‍ ବି ସୋସିଆଲ ମିଡିଆରେ ତାଙ୍କ ନିକଟକୁ ପ୍ରଭାସ ଘରର ଭୋଜନ ପଠାଇବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି। ସେ ଖାଦ୍ୟର ପ୍ରଶଂସା କରିବା ସହ ଖାଦର ପରିମାଣ ଦେଖି କହିଛନ୍ତି, ଏହି ଖାଦ୍ୟକୁ ସେନା ବାହିନୀ (ଆର୍ମି) ମଧ୍ୟ ଖାଇପାରିବେ। ପ୍ରଭାସ ଓ ବିଗ୍‍ ବି ବର୍ତ୍ତମାନ ନାଗ୍‍ ଅଶ୍ୱିନଙ୍କ ଚଳଚ୍ଚିତ୍ରରେ ଏକାଠି କାମ କରୁଛନ୍ତି। ଚଳଚ୍ଚିତ୍ରର ନାମ ବର୍ତ୍ତମାନ କେ ରଖାଯାଇଛି। ଚଳଚ୍ଚିତ୍ରରେ ଦୀପିକା ପାଦୁକନ୍‍ ମଧ୍ୟ ନଜର ଆସିବେ। ଏହାପୂର୍ବରୁ ମଧ୍ୟ ପ୍ରଭାସ ଓ ବିଗ୍‍ ବି ପରସ୍ପର ସହ ଚଳଚ୍ଚିତ୍ରରେ କାମ କରିବାର ଖୁସି ବ୍ୟକ୍ତ କରି ସାରିଛନ୍ତି। ପ୍ରଭାସ ମଧ୍ୟ କହିଥିଲେ ତାଙ୍କ ସ୍ୱପ୍ନ ସତ ହୋଇଥିବା ନେଇ ସେ ଅନୁଭବ କରିଛନ୍ତି।
ପ୍ରଭାସଙ୍କ ଉଦାରତାର କୌଣସି ସୀମା ନାହିଁ ବୋଲି ବିଗ୍‍ ବି ଟୁଇଟ କରି କହିଛନ୍ତି। ମୋ ପାଇଁ ଆଣିଥିବା ଘରର ଭୋଜନ ଖୁବ ସ୍ୱାଦିଷ୍ଟ ଥିଲା। ଏତେ ପରିମାଣରେ ଖାଦ୍ୟ ଥିଲା, ଆର୍ମିଙ୍କୁ ମଧ୍ୟ ଖୁଆଯାଇପାରିବ। ସ୍ୱତନ୍ତ୍ର କୁକିଜ୍‍ ମଧ୍ୟ ବେଶ ସ୍ୱାଦିଷ୍ଟ ଥିଲା।
ଅମିତାଭଙ୍କ ସହ ଚଳଚ୍ଚିତ୍ରରେ କାମ କରିବା ପ୍ରଭାସଙ୍କ ପାଇଁ ସ୍ୱପ୍ନ ବୋଲି, କିଛି ଦିନ ପୂର୍ବରୁ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories