www.samajalive.in
Saturday, December 6, 2025
16.1 C
Bhubaneswar

ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍ଘାଟିତ 

ଯାଜପୁର  : ଦକ୍ଷତା ହିଁ ରୋଜଗାରର ମାପକାଠି । ଆଜି ପୂର୍ବାହ୍ନରେ ବରୁଆଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଊଦ୍ଘାଟନ କରି କହିଲେ ଯେ, ଆମ ଜିଲାରେ ଯେଉଁମାନେ ଊଚ୍ଚ ଶିକ୍ଷା ବା ବୈଷୟିକ ଶିକ୍ଷା ଲାଭ କରିଚ୍ଥନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଏହି ମେଳାର ଉଦେ୍ଶ୍ୟ । ଯାଜପୁର ଜିଲାରେ ନିଯୁକ୍ତିର ଭରପୁର ସୁଯୋଗ ରହିଚ୍ଥି । ଖଣିଖାଦନ ତଥା ଇସ୍ପାତ ଶିଳ୍ପ ନଗରି ଭାବେ ବିଶ୍ୱ ପରିଚିତ ଯାଜପୁର ଜିଲାର ଯୋଗ୍ୟ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ମେଳାରେ ଭାଗ ନେଇ ନିଶ୍ଚିତ ଉପକୃତ ହେବେ । ଯାଜପୁର ଜିଲା ପ୍ରଶାସନ ତଥା ଜିଲା ନିୟୋଜନ କାର୍ୟ୍ୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ନିଯୁକ୍ତି ମେଳାର ଆୟୋଜନ । ଏଣୁ ଅଧିକରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କର ଦକ୍ଷତା ମାଧ୍ୟମରେ ଏହାର ସୁଯୋଗ ନେବାକୁ ଜିଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଆଶାୟୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆଜିର ଏହି ଉଦ୍ଘାଟନ କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରୁଆଁ ଆଇ.ଟି.ଆଇ. କଲେଜର ଅଧ୍ୟକ୍ଷା ସବିତା ରାଣୀ ସାହୁ,ଜିଲା କାର୍ୟ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଅଂଶ ଗ୍ରହଣ କରିଥିଲେ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories