www.samajalive.in
Monday, December 8, 2025
14.1 C
Bhubaneswar

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ ଲାଗୁ କରିବାକୁ କେନ୍ଦ୍ର ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟମାନଙ୍କୁ କହିଛନ୍ତି। ସ୍ୱାସ୍ଥ୍ୟ ସଚିବ ଅଜୟ ଭଲ୍ଲାଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ରାଜ୍ୟ ସରକାର ଆବଶ୍ୟକତା ଅନୁଯାୟୀ ନିୟମ ସ୍ଥିର କରିବେ, ସ୍ଥାନୀୟ ସ୍ତରରେ ଆବଶ୍ୟକ ହେଲେ ପ୍ରତିବନ୍ଧକ ଲଗାନ୍ତୁ। ବିଶେଷ କରି ପର୍ବପର୍ବାଣି ଓ ଉତ୍ସବ ସମୟରେ ଜନସମାବେଶକୁ ହ୍ରାସ ଉପରେ ଓ ଲୋକେ ଏକତ୍ରିତ ନହେବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ। କରୋନା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟତଃ ୫ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।
ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟୀକାକରଣ ଏବଂ କରୋନା ନିୟମାବଳୀକୁ ପାଳନ କରିବା ଉପରେ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କହିଛି।
ନୂତନ ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ଦେଶରେ ପ୍ରତିବନ୍ଧକ ପୁଣି ଥରେ ଆରମ୍ଭ ହୋଇଛି । ଦିଲ୍ଲୀ, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟ ରାତ୍ରିରେ କର୍ଫ୍ୟୁ, ଜନସାଧାରଣ କାର୍ୟ୍ୟକ୍ରମ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ନିୟମ ଲାଗୁ କରାଯାଇଛି। ଦେଶରେ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି, ମାତ୍ର ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି  । ଓମିକ୍ରନ୍ ପ୍ରକରଣର ବୃଦ୍ଧି ଚିନ୍ତାର କାରଣ ହୋଇଛି। ଦେଶରେ ଏପର୍ୟ୍ୟନ୍ତ ଓମିକ୍ରନର ମୋଟ ମାମଲା ରହିଥିବା ବେଳେ ଏହା ୧୧୬ ଟି ଟି ଦେଶକୁ ବ୍ୟାପିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories