www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱର୍ଗତ କଳ୍ପତରୁ ଦାସଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଶାଳ ଗଣଦୌଡ ଓ ସ୍ମୃତିସଭା

ଯାଜପୁର: ଓଡିଶା ସରକାରଙ୍କ ପୂବର୍ତନ ମନ୍ତ୍ରୀ, ରାଜ୍ୟସଭା ସାଂସଦ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଯାଜପୁରରେ ଏକ ବିଶାଳ ଗଣଦୌଡ ଆୟୋଜିତ ହୋଇଯାଇଛି। ତ୍ରୀରଙ୍ଗା ଆନୁକୂଲ୍ୟରେ ଧର୍ମଶାଳା ଯୁବ ଛାତ୍ର ବିଜେଡି ସହଯୋଗରେ ଏହି ଗଣଦୌଡ଼ ଆୟୋଜନ କରାଯାଇଥିଲା। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବାଙ୍କି ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ, ପିପିଲ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଏଥିରେ ଯୋଗ ଦେଇଥିଲେ।

ଏହି ଗଣଦୌଡ ରାଣୀ ଅହଲ୍ୟାବାଇ ଭବନ ଠାରୁ ଆରମ୍ଭ ହୋଇ ଶାନ୍ତିବଜାର, ଜାରକା ଏବଂ ଧର୍ମଶାଳା ବ୍ଲକ୍ ବାଟଦେଇ ବଜାର ପରିକ୍ରମା କରି କଳ୍ପତରୁ ଦାସ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା। ଏଥିରେ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଶୁଭମ ମଲ୍ଲିକ୍, ଦ୍ୱିତୀୟ ସ୍ଥାନ ସ୍ମୃତିରଞ୍ଜନ ସେଠୀ ଏବଂ ତୃତୀୟ ସ୍ଥାନ ଦେବବ୍ରତ ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।

- Advertisement -

ଅନ୍ୟପକ୍ଷରେ ଆଜି ଅପରାହ୍ନରେ କୋତପୁର ଖେଳପଡିଆ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ନୟାଗଡ଼ ବିଧାୟକ ଅରୁଣ ସାହୁ, କୋରେଇ ବିଧାୟକ ଅଶୋକ ବଳ ଯୋଗ ଦେଇ ସ୍ବର୍ଗତ କଳ୍ପତରୁ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଳ୍ପତରୁ ଦାସଙ୍କୁ ଭଲ ପାଉଥିବା ପାଖାପାଖି ୮ ହଜାରରୁ ଅଧିକ କଳ୍ପତରୁ ପ୍ରେମୀ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories