www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡି ମୁହାଁ ବିଜେପି ଓ କଂଗ୍ରେସ କର୍ମୀ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦେଉଳକଣ ପଞ୍ଚାୟତରେ ବିଜୁ ଜନତା ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି ବିଜେପି ଏବଂ କଂଗ୍ରେସ ସମର୍ଥକ। ଯୁବ କଂଗ୍ରେସର ପଞ୍ଚାୟତ ସଭାପତି ଲମ୍ବୋଧର ମାହାନ୍ତ, ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ବେହେରା, କଂଗ୍ରେସ ସମର୍ଥିତ ନାଏବ ସରପଞ୍ଚ ପୁଷ୍ପାଞ୍ଜଳି ପାତ୍ର ଏବଂ ଗୌରାଙ୍ଗ ପାତ୍ର ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ବିଜେପିର ଶତାଧିକ ସମର୍ଥକ ବିଜେଡିର ବିଚାରଧାରାକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ। ବରିଷ୍ଠ ବିଜେଡି ସାଧାରଣ ସଂପାଦକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ପ୍ରତିନିଧି ଯୁବନେତା ପ୍ରଦୀପ କୁମାର ମହାନ୍ତି ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories