ଡ୍ୟୁଟି ସମୟରେ ମୃତ୍ୟୁ ; ସହାୟତା ରାଶି ବୃଦ୍ଧି କଲେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବୁଧବାର ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ସରକାର। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ସହାୟତା ମିଳିବ ୧୦ ଲକ୍ଷ ଟଙ୍କା। ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଘାତ ଯୋଗୁଁ ସ୍ଥାୟୀ ଅକ୍ଷମତା ପାଇଁ ସହାୟତା ୨ ରୁ ୫ ଲକ୍ଷକୁ ବୃଦ୍ଧି କରିଛନ୍ତି। ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରିଛନ୍ତି।

Comments are closed.