www.samajalive.in
Saturday, December 6, 2025
26.1 C
Bhubaneswar

ଚୋରି ନୁହେଁ ଲୁଟ କରି ଥିଲେ ହାଇୱା – ଘଟଣାର ପର୍ଦ୍ଦାଫାସ କଲା ପୁଲିସ

ଯାଜପୁର : ଚୋରି ପାଇଁ ଏକ ଅଭିନବ ଉପାୟ ଗାଡ଼ି ଚାଳକ ଆପଣେଇଛନ୍ତି। ନିଜେ ଗାଡ଼ି ଲୁଟ କରି ଏହାକୁ ଚୋରି ରୂପ ଦେଉଛନ୍ତି। ଏଭଳି ଏକ ଘଟଣା ଯାଜପୁରରେ ଘଟିଥିବା ବେଳେ ଉକ୍ତ ଘଟଣାର ଯାଜପୁର ଜିଲା ଜେନାପୁର ପୁଲିସ ଏହାର ପର୍ଦ୍ଦାଫାସ କରିଛି। ସୂଚନା ଯୋଗ୍ୟ, ଗତ ୫ ତାରିଖ ରାତିରେ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରୁ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ଟି ହାଇୱା ଗାଡ଼ିର ଲୁଟ କରିଥିଲେ ବୋଲି ସେହି ହାଇୱା ଚାଳକ ଦ୍ୱୟ ମାଲିକଙ୍କୁ ଜଣାଇଥିଲେ। ଏହାପରେ ୬ ତାରିଖ ଦିନ ଗାଡ଼ି ମାଲିକ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗାଡ଼ି ଚାଳକଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ସେମାନଙ୍କ ବୟାନକୁ ନେଇ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା।

ଉଭୟ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହିଁ ଗାଡ଼ିକୁ ଅନ୍ୟତ୍ର ବିକ୍ରି କରିଥିଲେ ଏବଂ ଘଟଣାକୁ ଚୋରି ରୂପ ଦେବା ଲାଗି ଏଭଳି ଏକ ଯୋଜନା ପ୍ରସ୍ତୁତ କରିଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳର ଶାହାଜାଦା ଓରଫ ରାଜାକୁ ହାଇୱା ଦୁଇଟିକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ତେବେ ସେଠାରେ ଜେନାପୁର ପୁଲିସ ପହଞ୍ଚି ଗୋଟିଏ ହାଇୱା ଓ ଅନ୍ୟ ଏକ ହାଇୱାର ଡ଼ାଲାକୁ ଜବତ କରିଥିଲେ। ଏହାସହ ସେମାନଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଘଟଣାକୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଚାଳକ ଦ୍ୱୟ ଖୋର୍ଦ୍ଧା ଅଞ୍ଚଳର ସନ୍ନ୍ୟାସୀ ମହାରଣା ଓ ନିମାପଡ଼ା ଅଞ୍ଚଳର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବୁଧବାର ଅର୍ଥାତ ଆଜି କୋର୍ଟ ଚାଲାଣ କରିଥିବା ନେଇ ଯାଜପୁର ଏସଡ଼ିପିଓ ଚିନ୍ମଣ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories