ସାରୋଇ ଛକରେ ହାଇୱାକୁ ଧକ୍କା ଦେଲା ବସ, ୨ ଗୁରୁତର

ରସୁଲପୁର: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ଛକ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ରାତି ପ୍ରାୟ ୧୦ଟା ସମୟରେ ପାଣି କୋଚ ବସ ଏକ ହାଇୱାକୁ ପଛରୁ ଧକ୍କା ଦେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସର କଣ୍ଡକ୍ଟର ଓ ହାଇୱା ଚାଳକ ଥିବା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଂଚି ଗାଡି ଭିତରେ ଚାପି ହୋଇ ରହିଥିବା ହାଇୱା ଚାଳକଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Comments are closed.