ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ

ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ବିପର୍ଯ୍ୟୟର ସୁପରିଚାଳନା ନିମନ୍ତେ ଡିଡିଏମଏର ସମସ୍ତ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର ତରପଂରୁ ୨୦୨୨-୨୩ ମସିହା ପାଇଁ ପ୍ରସ୍ତୁତ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ପିପିଟି ମାଧ୍ୟମରେ ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଥିଲା ଏବଂ ପରେ ଏହା କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିମିତ୍ତ ପ୍ରେରଣ କରାଯାଇଥିଲା। ଉପସ୍ଥିତ ସଦସ୍ୟ ମାନେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ନୂତନ ପ୍ରସ୍ତାବ ଆଗତ କରିଥିଲେ, ଯାହା ଆକ୍ସନ ପ୍ଳାନ ଡି.ଡି.ଏମ୍.ଏରେ ସାମିଲ କରାଯିବ ବୋଲି ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରକାଶ କରିଚ୍ଥନ୍ତି।

Comments are closed.