www.samajalive.in
Sunday, December 7, 2025
26.1 C
Bhubaneswar

ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା: ୨୧ରେ ଯାଜପୁର ବନ୍ଦ ଡାକରା ଦେଲା ବିଜେପି

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ଯାଜପୁର ଜିଲା ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆସନ୍ତା ୨୧(ସୋମବାର) ଦିନ ଯାଜପୁର ବନ୍ଦ ଡାକରା ଦିଆଯାଇଛି। ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ପୁଲିସର ସୂଚନାକୁ ବିରୋଧ କରି ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍କ ନିଜସ୍ୱ କାର୍ଯ୍ୟାଳୟ ଗୃହକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ କାର୍ଯ୍ୟାଳୟର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ଥାନାରେ ଅଭିଯୋଗ କରି କହିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଗୁରୁବାର ପୁଲିସ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲେ। ପଚରାଉଚୁରା ପରେ ପୁଲିସ ସ୍ମିତାରାଣୀଙ୍କ ହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories