www.samajalive.in
Sunday, December 14, 2025
23.1 C
Bhubaneswar

ନଗଡାବାସୀଙ୍କୁ ଦିଆଯିବ ରୋଜଗାରର ସୁଯୋଗ: ଗୃହରାଷ୍ଟ୍ର ମନ୍ତ୍ରୀ

ଯାଜପୁର:ଯାଜପୁର ଜିଲା ନଗଡାରେ ଅଧପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସମ୍ପୁର୍ଣ୍ଣ କରାଯିବ। ନଗଡାବାସୀଙ୍କ ଜୀବନ ଧାରଣ କ୍ଷମତାରେ ସୁଧାର ଆସିବ। ସମସ୍ତ ନଗଡା ବାସୀଙ୍କୁ ଦିଆଯିବ ରୋଜଗାରର ସୁଯୋଗ । ଏଥିସହିତ ମୌଳିକ ସୁବିଧା ସୁଯୋଗକୁ ହାତ ପାହାନ୍ତାରେ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଠିକ୍ କାର୍ୟ୍ୟକାରୀ କରାଯିବା ସହ ଅତିରିକ୍ତ ପାଣ୍ଠି ଆବଶ୍ୟକ ହେଲେ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଶିଳ୍ପ,ଶକ୍ତି ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା,ପାନୀୟଜଳ ଠାରୁ ଆରମ୍ଭ କରି ବିଦ୍ୟୁତ ସେବା ପର୍ୟ୍ୟନ୍ତ ସବୁ କିଛି ଯୋଗାଇ ଦେବାକୁ ରାଜ୍ୟସରକାର ପ୍ରତିଶୃତିବଦ୍ଧ। ରାଜ୍ୟ ଶକ୍ତି,ଶିଳ୍ପ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ନଗଡା ଗସ୍ତ କରି ଏଭଳି ପ୍ରତିଶୃତି ଦେଇଛନ୍ତି । ସେପଟେ ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବେଶ ଖୁସି ନଗଡାବାସୀ ।

ନଗଡାବାସୀଙ୍କୁ ତୁରନ୍ତ ନିଜ ଗାଁରେ ରାସନ ସାମଗ୍ରୀ ଯୋଗାଇବା ସହ ଆଗାମୀ ମାର୍ଚ୍ଚ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।ସ୍ଥାନୀୟ ବିଧାୟକ ପ୍ରିତିରଂଜନ ଘଡାଇ ଉପସ୍ଥିତ ରହି କିଭଳି ନଗଡାବାସୀ ରୋଜଗାର କରି ନିଜେ ଆର୍ଥିକ ସ୍ୱାବଲମ୍ବି ହୋଇପାରିବେ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବାରମ୍ବାର ନଗଡାର ବିକାଶ ପାଇଁ ପ୍ରସ୍ତୁତ ହେଉଛି ରୋଡମ୍ୟାପ,ସଚିବଙ୍କ ଠାରୁ ମନ୍ତ୍ରୀ ଯାଏଁ ନଗଡା ଅଂଚଳକୁ ଗସ୍ତ କରୁଛନ୍ତି । ତେବେ କେବେ ନଗଡାର ପୂର୍ଣ୍ଣାଂଗ ବିକାଶ ହେଉଛି ତାକୁ ଦେଖିବାକୁ ବାକି ରହିଲା ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories