www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

ଭୁବନେଶ୍ୱର- ଶୁଭଶ୍ରୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ଼ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜୟ ହିନ୍ଦ୍” ର ଫାଷ୍ଟ ଲୁକ୍ ଉନ୍ମୋଚନ ହୋଇଯାଇଛି l ଏହି ଫାଷ୍ଟ ଲୁକ୍ ଉତ୍ସବ ରେ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇଥିଲେ l
ଶୁଭଶ୍ରୀ ମଙ୍ଗରାଜ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ର ସହ ପ୍ରଯୋଜକ ଦେବୀ ପ୍ରସାଦ ମଙ୍ଗରାଜ ଓ ମିନାକ୍ଷୀ ମିଶ୍ର ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ପୃଥ୍ଵୀରାଜ ପଟ୍ଟନାୟକ l ସଂଳାପ ଲେଖିଛନ୍ତି ଅମିତ କୁମାର ଦାସ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏମ କେ ମୁକେଶ l ସମ୍ପାଦନା ଦାୟିତ୍ୱ ରେ ମାନସ କୁମାର ସାହୁ, ସାଉଣ୍ଡ ଡିଜାଇନର ଅଭିଷେକ ତ୍ରିପାଠୀ ଏବଂ ପ୍ରଚ୍ଛଦପଟ ମ୍ୟୁଜିକ ରେ ନବ୍ସ ଏବଂ ସରୋଜ ଅଛନ୍ତି l ତପୁ ତୋଫାନ ପବ୍ଲିସିଟି କ୍ରିଏଟିଭ ରେ “ଦ ଏମ ଫାକ୍ଟର” ଅଛନ୍ତି l
ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପ୍ରଯୋଜନା ସଂସ୍ଥା ତରଫରୁ ଦୁଇଟି ସୁଟିଂ ଭ୍ୟାନ ଲଞ୍ଚ କରାଯାଇଛି l ଯାହାର ନାଁ ଶୁଭଶ୍ରୀ ଫିଲ୍ମସ ଭ୍ୟାନୀଟି ଭ୍ୟାନ୍ ରଖାଯାଇଛି l

ଓଡିଶା ର ବିଭିନ୍ନ ସ୍ଥାନ ରେ ସୁଟିଂ ହେଵା ସହିତ ଦିଲ୍ଲୀ ଏବଂ କାଶ୍ମୀର ରେ ମଧ୍ୟ ଚଳଚ୍ଚିତ୍ର ଜୟ ହିନ୍ଦ୍ ସୁଟିଂ ହୋଇଛି l ଜୟ ହିନ୍ଦ୍ ଚଳଚ୍ଚିତ୍ର ର ସେକେଣ୍ଡ ଲୁକ୍ ଉନ୍ମୋଚନ ବେଳେ ମୁଖ୍ୟ ନାୟକ ନାୟିକା ଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି l ଏହି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ର ମୁଖ୍ୟ ଦାୟିତ୍ୱ ରେ ଭରତ ପ୍ରଧାନ ରହିଛନ୍ତି

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories