www.samajalive.in
Saturday, December 6, 2025
15.1 C
Bhubaneswar

ଜଗତସିଂହପୁର ଜିଲାରେ ୧୬ ହଜାର ୩୫୩ ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଜଗତସିଂହପୁର: ବାତ୍ୟା ଅମ୍ପନ ଆଜି ପୂର୍ବାହ୍ନ ୧୧ଟା ୩୦ରେ ପାରାଦୀପ ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ। ଏଥିପାଇଁ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ପବନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ସକାଳ ୯ଟା ସୁଦ୍ଧା ପ୍ରଶାସନ ପକ୍ଷରୁ ୧୬ ହଜାର ୩୫୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କୁ ୨୬୭ଟି ଆଶ୍ରୟ ସ୍ଥଳରେ ରଖାଯାଇଛି। ଜିଲାରେ ଘଣ୍ଟାରେ ୯.୭ ମିଲିମିଟର ବର୍ଷା ହେଉଛି। ପାରାଦୀପରେ ଏବେ ଘଣ୍ଟା ପ୍ରତି ୬୦ରୁ ୬୭ କିଲୋମିଟର ବେଗରେ ପବନ ବହୁଛି। ବର୍ତ୍ତମାନ ଜିଲାରେ ପ୍ରବଳ ବର୍ଷା ହେଉଛି।

ବାଲିକୁଦା ବ୍ଲକରେ ୬୪୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଏରସମା ବ୍ଲକରେ ୫୫୦୧, କୁଜଙ୍ଗରେ ୨୫୫୩, ତିର୍ତ୍ତୋଲରେ ୯୬୫, ଜେଏସପିରେ ୧୮୨୨, ପିଡିପି(ଏମ) ୪୩୬୩ ଏବଂ ଜେଏସପି(ଏମ) ୫୦୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories