www.samajalive.in
Monday, December 8, 2025
16.1 C
Bhubaneswar

ଅମ୍ପନ୍‍ ଅପଡେଟ – ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ଗତି କରୁଛି

ସମାଜ ପୋର୍ଟାଲ ଡେସ୍କ: ଅତି ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ୍‍ ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୨୫ କିଲୋମିଟର ଦୂରରେ ଗତି କରୁଛି। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି।ଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍.ଆର୍‍. ବିଶ୍ୱାସ ସୂଚନା ଦେଇଛନ୍ତି। ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦିଘା ଏବଂ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ସୁନ୍ଦରବନ ନିକଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳ ବିଶେଷରେ ୧୮୫ କିଲୋମିଟର ବେଗ ହୋଇପାରେ।

ଅମ୍ପନ୍‍ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ତଥା ଆଖପାଖ ଜିଲ୍ଲାଗୁଡ଼ିକରେ ଗତକାଲିଠାରୁ ବର୍ଷା ଆଉ ପବନ ଲାଗି ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜରେ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପବନର ବେଗ ୧୧୦ରୁ ୧୨୫ କିଲୋମିଟର ପାଖାପାଖି ହୋଇପାରେ। ଓଡ଼ିଶା ସୀମାରେ ଏହା ଘଷି ହୋଇଯିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା କରାଯାଉଛି। ବର୍ଷା ପବନ ସମୟରେ ବାହାରକୁ ନ ବାହାରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ପୁରୀ, ଖୋର୍ଦ୍ଧା ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୬୫ କିଲୋମିଟରରୁ ସ୍ଥଳ ବିଶେଷରେ ୭୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

- Advertisement -

ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ଆଶ୍ରୟ ସ୍ଥଳୀରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ୍‍ ପିନ୍ଧିବାକୁ କୁହାଯାଇଛି। ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୧୬ଟି ଏନ୍‍.ଡି.ଆର୍‍.ଏଫ୍‍. ଦଳ, ୧୫ଟି ଓଡ୍ରାଫ୍‍ ଦଳ ଏବଂ ୨୧୭ ଅଗ୍ନିସମ ବାହିନୀ ମୁତୟନ ହୋଇସାରିଛନ୍ତି। ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକର ଚାନ୍ଦବାଲି, ଧାମରା ଏବଂ ବାସୁଦେବପୁର ବ୍ଲକର ସମୁଦ୍ରତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକର କେତେକ ସ୍ଥାନରେ ଗଛ ଉପୁଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ଏନ୍‍.ଡି.ଆର୍‍.ଏଫ୍‍. ଏବଂ ଦମକଳ ବାହିନୀ ଗଛକୁ କାଟି ରାସ୍ତା ପରିଷ୍କାର କରୁଥିବା ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲାର ଗୋପାଳପୁର, ହରିପୁର, ଗୋଳାବନ୍ଧ, ସୁନପୁର, ଖଲିକୋଟ୍‍, ଗଞ୍ଜାମ, ପୁରୁଣାବନ୍ଧ, ଗାରାମ୍‍ପେଟା ଏବଂ ପୋଡମ୍‍ପେଟାଠାରେ ଅଧିକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ରାତିରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମଧ୍ୟମ ଧରଣର ବର୍ଷା ଜାରି ରହିଛି।

ବାଲେଶ୍ୱର ଜିଲ୍ଲାର ଖଇରା, ବାହାନଗା, ସ୍ୱର, ଔପଦା, ରେମୁଣା, ଜଳେଶ୍ୱର ଏବଂ ଭୋଗରାଇ ଅଞ୍ଚଳରେ ଅମ୍ପନ୍‍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲିଠାରୁ ବିଦ୍ୟୁତ୍‍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। କ୍ଷୟକ୍ଷତିର ପରିମାଣ ଆକଳନ ହୋଇନାହିଁ। ପୁରୀର ଦିଗବାରେଣି ଖୁଣ୍ଟିଠାରୁ ବଳିଆପଣ୍ଡା ମଧ୍ୟରେ ୪ରୁ ୬ ଫୁଟ ଉଚ୍ଚର ଜୁଆର ଆସିଛି। ପୁରୀ ପୌରାଞ୍ଚଳ ସମେତ କୋଣାର୍କ ଏବଂ ଅସ୍ତରଙ୍ଗରେ ଏନ୍‍.ଡି.ଆର୍‍.ଏଫ୍‍. ଟିମ୍‍କୁ ମୁତୟନ କରାଯାଇଛି। ପୁରୀଠାରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories