www.samajalive.in
Sunday, December 7, 2025
26.1 C
Bhubaneswar

ପାଟଣାରେ ଜାଗର ଯାତ୍ରା, ୪୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ

ପାଟଣା : ପାଟଣା ଅଞ୍ଚଳରେ ଆଜି ଜାଗର ବା ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟାଳୟ ସମେତ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ମୟ ବାତାବରଣ ସୃଷ୍ଟି ହୋଇଥିଲା। ପାଟଣା ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର ମନ୍ଦିରରେ ରାତି ୩ଟାରୁ ମନ୍ଦିର ଦ୍ୱାର ଫିଟା ପରେ ନୀତିକାନ୍ତି ସହ ଠାକୁରଙ୍କ ଷୋଡ଼ଶ ଉପଚାର ପରେ ଭୋର ୪ ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଫାଟକ ଉନ୍ମୁକ୍ତ କରାଯାଇଥିଲା।ଆଜି ଅପରାହ୍ନ ସୁଦ୍ଧା ଆନନ୍ଦେଶ୍ୱର ମନ୍ଦିରରେ ଅନ୍ୟୁନ ୪୦ ହଜାର ଶ୍ରଦ୍ଧାଳୁ ଭୋଗଲାଗି କରିଛନ୍ତି।ଏଠାରେ ପାଟଣା ପୁଲିସ, ପାଟଣା ମହାବିଦ୍ୟାଳୟ ଏନସିସି ଓ ଏନଏସଏସ ଛାତ୍ରଛାତ୍ରୀ , ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଜି ଏନ ହାଇସ୍କୁଲର ସ୍କାଉଟ ଛାତ୍ରଛାତ୍ରୀଙ୍କ ସହ ଡ୍ରାଇଭର ମହାସଂଘର ସଦସ୍ୟ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ମନ୍ଦିର ପୂଜକ ପର୍ଶୁରାମ ପଣ୍ଡା, ନୀଳମଣି ମିଶ୍ର, ଦୋଳଗୋବିନ୍ଦ ମିଶ୍ର, ପ୍ରୀତମ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ମିଶ୍ର, ଲିକୁ ଦାଶ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ମାନସ କୁମାର ଦାଶ ପ୍ରମୁଖ ପୂଜା ଦାୟିତ୍ୱ ତୁଲାଇ ଥିଲେ।

ଆନନ୍ଦେଶ୍ୱର ମନ୍ଦିର କମିଟି ପକ୍ଷରୁ ଅଜୟ କୁମାର ଦାଶ, ଅରୁଣ କୁମାର ମିଶ୍ର, ଯୁଗଳ କିଶୋର ଦାଶ, ଲକ୍ଷ୍ମଣ କୁମାର ପତି, କମଳା କାନ୍ତ ପତି, ଚିନ୍ମୟ ଦାଶ, ଲିପକ ସାହୁ,ପ୍ରମୁଖ ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ମଧ୍ୟାହ୍ନ ରୁ ସନ୍ଧ୍ୟା ଯାଏ ଚାଲିଥିଲା। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା କରାଯାଇଛି। ଦୀପ ମଣ୍ଡପରେ ଆଜି ଏଠାରେ ମହିଳା ମାନେ ହଜାର ହଜାର ଦୀପ ଜାଳିଛନ୍ତି। ୨୭ ତାରିଖ ଠାରୁ ମାର୍ଚ୍ଚ ୫ ଯାଏ ଜାଗର ମହୋତ୍ସବ ଜାରି ରହିବା ସହ ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ବୈତରଣୀ ତଟ ପ୍ରସିଦ୍ଧ ପରମେଶ୍ବର ମନ୍ଦିରରେ ଶ୍ରୀମନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି। ଏଠାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭୋଗଲାଗି କରିଛନ୍ତି। ଏହା ଛଡ଼ା ତୁରୁମୁଙ୍ଗାର ଗିରିଜା ଶଙ୍କର , ଖିରେଇଟାଙ୍ଗିରୀ ଶିବ ମନ୍ଦିର ଚିଲିଦାର ଚନ୍ଦ୍ରଚୁଡ଼ ମହାଦେବ , କେନ୍ଦେଇପଶି ଶିବ ମନ୍ଦିର,ରାଜନଗର ଶିବ ମନ୍ଦିର, କେତାଙ୍ଗ ଶିବ ମନ୍ଦିର,ମଲ୍ଲୀପଶି ରେ ମଲ୍ଲିକେଶ୍ୱର ମହାଦେବ, ସରାସକୋଲା ଶିବ ମନ୍ଦିର,ଏରେଣ୍ଡେଇ ଶିବ ମନ୍ଦିର, ଟାଙ୍ଗରପଡା ଶିବ ମନ୍ଦିର, ଧାନବେଣୀ ଶିବ ମନ୍ଦିର, ଅସନବାହାଳି ଶିବ ମନ୍ଦିର, ସିଲିପଦା ଶିବ ମନ୍ଦିର, ସ୍ୱାମ ଶିବ ମନ୍ଦିର ଆଦି ମନ୍ଦିର ମାନଙ୍କରେ ଧୁମଧାମରେ ଜାଗର ଯାତ୍ରା ଚାଲିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories