www.samajalive.in
Friday, December 5, 2025
26.1 C
Bhubaneswar

୧୪ କୋଟିର ସୁନା, ୫ ଲକ୍ଷ ନଗଦ ଟଙ୍କା; ୨୦ ମିନିଟ୍‌ରେ ବ୍ୟାଙ୍କ ଲୁଟି ଫେରାର୍‌

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ହେଲମେଟ୍‌ ପିନ୍ଧି ୫ ଜଣ ଲୁଟେରା ଏକ ଫାଇନାସ୍‌ ବ୍ୟାଙ୍କରୁ ୨୦ ମିନିଟରୁ କମ୍‌ ସମୟରେ ୧୪ କୋଟିରୁ ଅଧିକ ଟଙ୍କାର ୧୪.୮ କିଲୋଗ୍ରାମ୍‌ ସୁନା ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍‌ କରିଛନ୍ତି । ଖିତୌଲା ଅଞ୍ଚଳରେ ସ୍ଥିତ ଏହି ଶାଖାରେ ସକାଳେ ବ୍ୟାଙ୍କ ଖୋଲିବା ସମୟରେ କେହି ସୁରକ୍ଷାଗାର୍ଡ ଉପସ୍ଥିତ ନଥିଲେ । ଜବଲପୁର ଗ୍ରାମୀଣ କ୍ଷେତ୍ରର ଅତିରିକ୍ତ ପୁଲିସଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଲୁଟେରା ଜିଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂର ସିହୋର ତହସିଲ୍‌ରେ ସ୍ଥିତ ଶାଖା ବ୍ୟାଙ୍କର ଲକର୍‌ରେ ଥିବା ୧୪.୮୭୫ କିଲୋଗ୍ରାମ୍‌ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଏହି ଡକାୟତିକୁ ଲୁଟେରା ୧୮ ମିନିଟ୍‌ ମଧ୍ୟରେ ଶେଷ କରି ଫେରାର୍‌ ହୋଇଯାଇଥିଲେ। ଲୁଟେରାମାନେ ମୋଟସାଇକେଲରେ ବସି ହେଲମେଟ୍‌ ପିନ୍ଧି ବ୍ୟାଙ୍କକୁ ପଶି ଲୁଟ କରିଥିଲେ। ସିସିଟିଭି ଯାଞ୍ଚ ସମୟରେ ଜଣାପଡିଛି ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ବେଳେ ଜଣେ ଲୁଟେରା ବେଲ୍ଟ ତଳେ ବନ୍ଧୁକ ନେଇ ଭିତରକୁ ପ୍ରବେଶ କରୁଛି। ପୁଲିସ ଘଟଣାତ ତଦନ୍ତ ଜାରି ରଖିଛି ।

ଆଉ ୩ ଦିନ ପରେ ଶନି, ରାହୁ ଓ କେତୁଙ୍କ ଓଲଟା ଚଳନ ପୁଣି ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କୁ ମିଳିବ ବଡ ଖୁସି,ହେବ ଧନର ବର୍ଷା..

ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories