www.samajalive.in
Saturday, December 6, 2025
15.1 C
Bhubaneswar

୪ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜାମ୍ମୁକାଶ୍ମୀରର କୁପୱାରା ଜିଲ୍ଲାର କାଲାରୁସ ଅଞ୍ଚଳରୁ ଅଲବଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗଦେଇଥିବା ଚାରିଜଣଙ୍କୁ ରବିବାର ସକାଳେ ପୁଲିସ ଗିରଫ କରିଛି। ଏହି ଚାରି ଆତଙ୍କବାଦୀ ନିୟନ୍ତ୍ରଣରେଖା ପାର ହୋଇ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଛନ୍ତି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ଅନ୍ୟ ତିନିଜଣ କ୍ୟାଡର ଆତଙ୍କବାଦୀଙ୍କ ସହିତ ଏହି ଚାରିଜଣ ଖସି ପଳାଇବାର ଉଦ୍ୟମ କରୁଥିବାନେଇ ସୂଚନା ମିଳିବା ପରେ ପୁଲିସ ଏବଂ ସେନା ବାହିନୀ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ସେମାନୁ ଗିରଫ କରାଯାଇଛି । ଅଳ୍ପ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ଗୋଳା ବିନିମୟ ପରେ ସେହି ଚାରିଜଣ ଆତ୍ମସମର୍ପଣ କରିଥିଲେ। ତେବେ ସେମାନଙ୍କୁ ସହାୟତା କରୁଥିବା ଅନ୍ୟ ତିନିଜଣ ଖସିଯିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କ ସନ୍ଧାନ ପାଇଁ ସଂପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରୀ ରହିଛି । ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ମାନଙ୍କଠାରୁ ଗୁଳିଗୋଳା ଓ ମାରଣାସ୍ତ୍ର ଆଦି ଜବତ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories