www.samajalive.in
Friday, December 5, 2025
26.1 C
Bhubaneswar

ଏନ୍‍ଡିଏ ଛାଡ଼ି ମହାମେଣ୍ଟରେ ସାମିଲ ହେବେ ଉପେନ୍ଦ୍ର କୁଶୱାହା!

ପାଟନା : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଅଧ୍ୟକ୍ଷ ଉପନ୍ଦ୍ରେ କୁଶୱାହା ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟ ଛାଡ଼ି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେ ବୋଲି ସଂକେତ ଦେଇଛନ୍ତି। ଶନିବାର ପାଟନାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କୁଶୱାହ କହିଥିଲେ ଯେ ଯଦୁବଂଶୀ (ଯାଦବ)ଙ୍କ କ୍ଷୀର ଏବଂ କୁଶବଂଶୀ (କୋଇରୀ ସମୁଦାୟ)ଙ୍କ ଚାଉଳ ମିଶିଗଲେ ଭାରି ବଢିଆ ଖିରି ହେବ, ଆଉ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ କେହି ପ୍ରତିବନ୍ଧକ ହୋଇ ପାରିବେ ନାହିଁ। ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଥିବା କୁଶୱାହାଙ୍କ ଏହି ଟିପ୍ପଣୀର ବିଭିନ୍ନ ଅର୍ଥ ବାହାର କରାଯାଉଛି। ଆରଜେଡିକୁ ଯଦୁବଂଶୀ ଦଳ ବୋଲି କୁହାଯାଉଥିବାରୁ କୁଶୱାହଙ୍କ ଏହି ଟିପ୍ପଣୀ ସିଧା ସଳଖ ଆରଜେଡି ଉଦ୍ଦେଶ୍ୟରେ ଥିଲା ବୋଲି କୁହାଯାଉଛି। ଯଦୁବଂଶୀ ସମାଜ ପରମ୍ପରାଗତ ଗୋ ପାଳକ ଏବଂ କୁଶୱାହ ସମାଜ ଚାଷ ସହ ସମ୍ପର୍କ ରଖିଥାନ୍ତି। ତେଣୁ ଆରଜେଡି ଏବଂ ଲୋକ ସମତା ପାର୍ଟି ଏକ ହୋଇଗଲେ ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ସେମାନେ ବିଜେପି, ଜେଡିୟୁ ଏବଂ ଏଲ୍‍ଜେପିକୁ ହରାଇ ପାରିବେ ବୋଲି କୁଶୱାହା ସଂକେତ ଦେଇଛନ୍ତି ବୋଲି କେତେକ ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି। ଉପନ୍ଦ୍ରେ କୁଶୱାହାଙ୍କ ଏହି ଟିପ୍ପଣୀକୁ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱାଗତ କରିଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories