www.samajalive.in
Friday, December 5, 2025
26.1 C
Bhubaneswar

୩ ଶ୍ରମିକଙ୍କୁ ହତ୍ୟା କରି ଆତଙ୍କବାଦୀ ସଜାଇଥିଲେ କ୍ୟାପଟେନ୍‌, ମିଥ୍ୟା ଏନକାଉଣ୍ଟର ପର୍ଦ୍ଦାଫାଶ କଲା ପୁଲିସ

୩ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିବା ପରେ ତାହାକୁ ଏନକାଉଣ୍ଟରର ରୂପ ଦେଇଥିଲେ। ଏଥିପାଇଁ ଶ୍ରମିକମାନଙ୍କୁ ଆତଙ୍କବାଦୀ ସଜାଯାଇଥିଲା। ସେମାନଙ୍କୁ ହତ୍ୟା କରିବା ପରେ ମୃତଦେହ ନିକଟରେ ଅସ୍ତ୍ରଶସ୍ତ୍ର ରଖାଯାଇଥିଲା। ଏଭଳି ଏକ ମିଥ୍ୟା ଏନକାଉଣ୍ଟରର ପର୍ଦ୍ଦାଫାଶ କରିଛି ଜାମ୍ମ-କାଶ୍ମୀର ପୁଲିସ। ଏସବୁର ମାଷ୍ଟରମାଇଣ୍ଡ ଥିଲେ ସେନାର ଜଣେ କ୍ୟାପ୍‌ଟେନ।

ଏହି ମିଥ୍ୟା ଏନକାଉଣ୍ଟର ଗତ ଜୁଲାଇ ମାସରେ ଘଟିଥିଲା। ଜାମ୍ମୁ ପୁଲିସ କହିଛି ଯେ, ତଦନ୍ତ ସମୟରେ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ୬୨ ଆରଆରର ଅଭିଯୁକ୍ତ କ୍ୟାପଟେନ ଭୁପେନ୍ଦ୍ର ସିଂହ, ମେଜର ବଶୀର ଖାନ, ଚୌଗାମରେ ରହୁଥିବା ତାବିଶ ନଜୀର ଏବଂ ପୁଲୱାମାରେ ରହୁଥିବା ବିଲାଲ ଅହମ୍ମଦ ଲୋନ୍‌ ମିଶି ୩ ଶ୍ରମିକଙ୍କୁ ଅପହରଣ କରିଥିଲେ। ପରେ ମିଥ୍ୟା ଏନକାଉଣ୍ଟର କରି ସେମାନଙ୍କୁ ହତ୍ୟା କରିଥିଲେ।

- Advertisement -

ପୁଲିସ କହିଛି, ସେନା କ୍ୟାପଟେନ ଭୁପେନ୍ଦ୍ର ସିଂହ ଜାଣିଶୁଣି ଏସଓପି ପାଳନ କରି ନ ଥିଲେ। ଶ୍ରମିକମାନଙ୍କୁ ହତ୍ୟା କରିବା ପରେ ବେଆଇନ ଭାବେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ସେମାନଙ୍କ ମୃତଦେହ ନିକଟରେ ରଖିଦେଇଥିଲେ। ଫଳରେ ସେମାନଙ୍କ ଅସଲ ପରିଚୟକୁ ଲୁଚାଇ ଆତଙ୍କବାଦୀ ଘୋଷିତ କରାଯାଇପାରିବ।

ଜାମ୍ମୁ-କାଶ୍ମୀର ପୁଲିସର ଏସଆଇଟି ଏହି ମିଥ୍ୟା ଏନକାଉଣ୍ଟର ମାମଲାର ତଦନ୍ତ କରୁଛି। ଗତ ଶନିବାର ଏସଆଇଟି ପକ୍ଷରୁ କ୍ୟାପ୍‌ଟେନ ରାଙ୍କର ଜଣେ ସେନା ଅଧିକାରୀ ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ଅଦାଲଦରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଅନ୍ୟପଟେ ସେନା ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ ପ୍ରକ୍ରିୟା ଶେଷ ହୋଇଯାଇଛି। ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ପରାମର୍ଶ ନିଆଯାଉଛି। ଭାରତୀୟ ସେନା ନିଜର ନୈତିକ ଆଚରଣ ପାଇଁ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୮ରେ ସୋପିଆନ୍‌ର ଆମଶିପୋରାରେ ଏକ ମିଥ୍ୟା ଏନକାଉଣ୍ଟରରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଜାମ୍ମୁର ରଜୌରୀ ଜିଲାର ୩ ପରିବାର ଦାବି କରିଥିଲେ ସେ ପ୍ରାଣ ହରାଇଥିବା ଶ୍ରମିକ ସେମାନଙ୍କ ପରିଜନ। ସେମାନେ ସୋପିଆନ୍‌କୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଏହା ପରେ ୩ ଶ୍ରମିକଙ୍କ ଡିଏନଏ ପରୀକ୍ଷା ହୋଇଥିଲା, ଯେଉଁଥିରୁ ପ୍ରମାଣିତ ହୋଇଥିଲା ଯେ ସେମାନେ ଆତଙ୍କବାଦୀ ନୁହନ୍ତି, ବରଂ ଶ୍ରମିକ ଅଟନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories