www.samajalive.in
Monday, December 8, 2025
14.1 C
Bhubaneswar

କରୋନାରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

ମାଲକାନଗିରି: ଚଳିତ ବର୍ଷ କୋଭିଡ ରୋଗୀଙ୍କ ଚିକିତ୍ସାରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଳାପଦରରେ କାର୍ଯ୍ୟରତ ଥିବା ଫାର୍ମାଶିଷ୍ଟ ଶ୍ରୀ ୱାଇ.ରାଜ କୁମାର କୋଭିଡ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଗତ ୨୯.୦୮.୨୦୨୦ ରେ ସେ ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସାବସ୍ଥାରେ ଗତ ୨୦.୦୯ ୨୦୨ରେ ମୃତ୍ୟୁବରଣ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରଯାଇଥିଲା। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି  ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ଭିଜୟ ଆଜି ପ୍ରଦାନ କରିଛନ୍ତି। ରାଜକୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ଦୁଇ ଝିଅ ଅଛନ୍ତି।

ଏହି ବୀମା ରାଶି ମୃତ ଶ୍ରୀ ୱାଇ.ରାଜ କୁମାରଙ୍କ ପତ୍ନୀ ୱାଇ ପ୍ରେମଲତା ଗ୍ରହଣ କରିଥିଲେ। ଅଦ୍ୟାବଧ ଜିଲ୍ଲାରେ ତିନିଜଣ କୋଭିଡ ଯୋଦ୍ଧା ମୃତ୍ୟୁ ବରଣ କରିଛନ୍ତି। ତନ୍ମଧ୍ୟରୁ ଶ୍ରୀ ରଞ୍ଜନ ହନ୍ତାଳ, ହୋମଗାର୍ଡଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି। ଶ୍ରୀ ମନୋଜ ପାଣ୍ଡେ , ମ୍ୟାଲେରିଆ ସ୍ବାସ୍ଥ୍ୟକର୍ମୀଙ୍କର ଅନୁଦାନ ରାଶି ପ୍ରଦାନ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories