ବ୍ରହ୍ମପୁର: ଚାରି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମକେସିଜି ମେଡିକାଲ କଲେଜର ଓ ହସ୍ପିଟାଲର ଷ୍ଟାଫ ନର୍ସ। ଓଡିଶା ନର୍ସିଂ କର୍ମଚାରୀ ସଂଘ ଡାକରାରେ ଗତକାଲି ଠାରୁ କଳା ବ୍ୟାଜ ପିନ୍ଧି କାଯ୍ୟ କରୁଥିବା ବେଳେ ସୋମବାର ଏମକେସିଜି ଅଧୀକ୍ଷକଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଷ୍ଟାଫ ନର୍ସଙ୍କୁ ଗ୍ରୁପ ବି ମାନ୍ୟତା, ମୂଳ ଦରମା ୯୩୦୦ ସହ ୪୨୦୦ ଗ୍ରେଡ ପେ ପ୍ରଦାନ ପାଇଁ ଦାବି କରାଯାଇଛି। ଏମକେସିଜି ଷ୍ଟାଫନର୍ସ ସଙ୍ଘ ସଭାନେତ୍ରୀ କନକଲତା ଦାସ, ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଯୁଗ୍ମ ସମ୍ପାଦିକା ସୁପ୍ରଭା ବେହୁରା, କୋଷାଧ୍ୟକ୍ଷ ସୁଜାତା ମହାପାତ୍ର, ବିକ୍ରମ ଜେନା, ମହେନ୍ଦ୍ର ଗାମଙ୍ଗ ପ୍ରମୁଖ ସାମିଲ ଥିଲେ।
Popular Categories



