www.samajalive.in
Saturday, December 6, 2025
15.1 C
Bhubaneswar

ଚିନ୍ତା! ଅଲକାଏଦାରେ କାଶ୍ମୀର ଯୁବକଙ୍କ ଯୋଗଦାନ ହାର ବଢୁଛି

ନୂଆଦିଲ୍ଲୀ : ଚଳିତ ବର୍ଷ କାଶ୍ମୀରର ୧୩୧ ଯୁବକ ଅଏକାଏଦାର ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ସୁରକ୍ଷା ସଂସ୍ଥାର ରିପୋର୍ଟ ଅନୁସାରେ ୨୦୧୦ ପରେ ୨୦୧୮ରେ ସର୍ବାଧିକ କାଶ୍ମୀର ଯୁବକ ଆତଙ୍କବାଦୀ ହୋଇଛନ୍ତି। ଚଳିତ ବର୍ଷ ଦକ୍ଷିଣ କାଶ୍ମୀରର ସୋପିଆନା ଜିଲାରୁ ସବୁଠୁ ଅଧିକ ୩୫ ଜଣ ଯୁବକ ଅଲକାଏଦାର ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗଦେଇଛନ୍ତି। ୨୦୧୭ରେ ୧୨୬ କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ତଥ୍ୟ ଅନୁସାରେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ଯଥାକ୍ରମେ ୫୪, ୨୩ ଏବଂ ୨୧ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ଏହାପରଠାରୁ ୨୦୧୪ରୁ ଏହି ସଂଖ୍ୟା ବଢିବାରେ ଲାଗିଛି। ୨୦୧୪ରେ ୫୩, ୨୦୧୫ରେ ୬୬ ଏବଂ ୨୦୧୬ରେ ୮୮ ଜଣ କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ବିଶେଷ କାରି କାଶ୍ମୀରର ସୋପିଆନା, ପୁଲୱାମା, ଅନନ୍ତନାଗ, କୁଲଗାମ ଏବଂ ଅବନ୍ତିପୁରା ଜିଲାର ସବୁଠୁ ଅଧିକ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। କେବଳ ଏହି ୫ ଜିଲାରୁ ୧୦୦ରୁ ଅଧିକ ଯୁବକ ଆତଙ୍କବାଦୀ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ୧୩୧ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗଦେଇଛନ୍ତି। କୁଖ୍ୟାତ ଆତଙ୍କବାଦୀ ରସିଦ ଭଟ୍ଟ ଓରଫ ଜାକିର ମୁସା ଅଲକାଏଦା କାଶ୍ମୀର ଶାଖାର କମାଣ୍ଡର ଭାବେ ପ୍ରଭାବଶାଳୀ ଥିଲା। ସେ ହୁରିୟାତ ଏବଂ ଅନ୍ୟ ବିଚ୍ଛିନ୍ନତାବାଦୀ ସଂଗଠନର ପ୍ରଭାବକୁ ହଟାଇ ନିଜ ପ୍ରଭାବ ବିସ୍ତାର କରିଥିଲା। ଫଲରେ ମୁସା ଯୁବକଙ୍କ ପାଇଁ ଏକ ହିରୋ ସାଜିଥିଲା। ଜାକିର ମୁସାର ମୃତ୍ୟୁ ପରେ ତା ଭଳି ହିରୋ ହେବାକୁ କାଶ୍ମୀର ଯୁବକମାନେ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories