www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ଗହ୍ମାପୂର୍ଣ୍ଣିମା ଓ ଗୋ-ପୂଜନ ଉତ୍ସବ

ପିପିଲି :ଭାରତବର୍ଷରେ ଗୋସଂପଦକୁ ଗୋମାତା ରୂପେ ପୂଜା କରାଯାଇଥାଏ। ଆମ ସଭ୍ୟତା, ସଂସ୍କୃତି ଓ ଜୀବନ ଜିବିକା ସହ ଗୋମାତା ଓତଃପ୍ରୋତଃ ଭାବେ ଜଡିତ। ଗୋସଂପଦର ବିକାଶ ଘଟିଲେ ସମାଜରେ କଲ୍ୟାଣ ସାଧିତ ହୋଇପାରିବ। ମଣିଷ ସମାଜ ପ୍ରତି ଗାଇର ଦାନ ଅତୁଳନୀୟ। ତେଣୁ ପ୍ରତ୍ୟେକ ପରିବାର ଅତ୍ୟନ୍ତ ପକ୍ଷରେ ଗୋଟିଏ ଲେଖାଏଁ ଗାଇ ପାଳନ କରିବାକୁ ଚେଷ୍ଟା କରିବା ଉଚିତ୍‍। ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ପୋଡଙ୍ଗ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗହ୍ମାପୂର୍ଣ୍ଣିମା ଓ ଗୋ-ପୂଜନ ଉତ୍ସବକୁ ରବିବାର ଉଦ୍‍ଘାଟନ କରିବା ଅବସରରେ ଏହା କହିଛନ୍ତି ରାଜ୍ୟ ପଞ୍ଚାୟତରାଜ, ପାନୀୟଜଳ, କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ।
ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ପୋଡଙ୍ଗ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମନ୍ତ୍ରୀ ଶ୍ରୀମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ- ମଣିଷ ସମାଜ ପାଇଁ ଗାଇ ହେଉଛି ମା’ପରି। ଗାଇର କ୍ଷୀର ଠାରୁ ଆରମ୍ଭ କରି ଗୋବର, ମୂତ୍ର ଆଦି ସମସ୍ତ ଜିନିଷ ମଣିଷର ଉପକାରରେ ଲାଗିଥାଏ। ତେଣୁ ପ୍ରତ୍ୟେକ ପରିବାର ଅତ୍ୟନ୍ତ ପକ୍ଷେ ଗୋଟିଏ ଲେଖାଏଁ ଗାଇ ରଖିବାକୁ ସେ ଅନୁରୋଧ କରିଥିଲେ। ରାଜ୍ୟରେ ଗୋସଂପଦର ବିକାଶ ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଯୋଜନା ଓ ସହାୟତା ସଂପର୍କରେ ସେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଯୋଗଦେଇ ଗହ୍ମାପୂର୍ଣ୍ଣିମା, ଗୋ-ପୂଜନର ମହତ୍ତ୍ୱ ଓ ମାନବ ସମାଜ ପ୍ରତି ଗୋସଂପଦର ଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ, କଟକର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତି ଯୋଗଦେଇ ଗୋପାଳନ ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଯୋଜନା ଓ ସହାୟତା ସଂପର୍କରେ ଆଲୋକପାତ କରିବା ସହ ଗାଇ, ଗୋରୁଙ୍କୁ ଭ୍ୟାକ୍ସିନ ଠିକ୍‍ ସମୟରେ କରାଇବା, ଘାସଚାଷ କରିବା, ଫାଟୁଆ ଓ ଅନ୍ୟାନ୍ୟ ରୋଗପ୍ରତି ସଚେତନ ଓ ସତର୍କ ରହିବା ସହ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ଗୋଚାଷୀଙ୍କୁ ପରାମର୍ଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories