www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ଜୟଶଙ୍କର: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରେ  ପାକିସ୍ତାନ ସହିତ ସିନ୍ଧୁ ଜଳ ରାଜିନାମା ନେଇ ଆଲୋଚନା ହେବାର ନାହିଁ। ଏହାକୁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସଂସଦରେ ମନ୍ତବ୍ୟ ଦେଇ ଜଳ ଏବଂ ରକ୍ତ ଏକାଠି ବହିବ ନାହିଁ ବୋଲି ଜୟଶଙ୍କର କହିବା ସହିତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସିନ୍ଧୁ ଜଳ ରାଜିନାମା ପୁନର୍ବାର କାର୍ଯ୍ୟକାରୀ କରିବାକୁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ବହୁ ଉଦ୍ୟମ କରୁଥିବାବେଳେ ତାହାକୁ ଭାରତ ନିଷ୍ଫଳ କରିଦେଇଛି। ଏହା ସହିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)କୁ ବିଶ୍ଵ ଆତଙ୍କବାଦୀ ସଂଗଠନ ତାଲିକାରେ ସ୍ଥାନିତ କରିବାରେ ଭାରତ ସଫଳ ହୋଇଛି ବୋଲି ସେ କହିଛନ୍ତି।

ଜୟଶଙ୍କର ହାହୁରି କହିଥିଲେ, ଅପରେସନ ସିନ୍ଦୂର ଯେତେବେଳେ ଆରମ୍ଭ ହେଲା ସେତେବେଳେ ଅନେକ ଦେଶ ଆମ ସହିତ ସମ୍ପର୍କରେ ଥିଲେ। ପରିସ୍ଥିତି କେତେ ଗମ୍ଭୀର ହେବାକୁ ଯାଉଛି ଏବଂ କେତେଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ତାହା ସେମାନେ ଅନୁଧ୍ୟାନ କରୁଥିଲେ। ଆମେ ସମସ୍ତ ଦେଶକୁ ଗୋଟିଏ ବାର୍ତ୍ତା ପଠାଇଥିଲୁ ଯେ, ଆମେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ନାହୁଁ। ଭାରତ ଏବଂ ପାକିସ୍ତାନ ଭିତରେ ଯାହା ବି ହେବ ତାହା ଦ୍ଵିପାକ୍ଷିକ ହେବ। ପାକିସ୍ତାନ ଆକ୍ରମଣର ଆମେ ଜବାବ ଦେଉଛୁ। ଯଦି ଯୁଦ୍ଧ ବନ୍ଦ ହେବାର ଅଛି, ତେବେ ପାକିସ୍ତାନକୁ ଆମକୁ ଅନୁରୋଧ କରିବାକୁ ପଡ଼ିବ। ତାହା କେବଳ ଡିଜିଏମଓ ସ୍ତରରେ। ଯଦି ଡିଜିଏଓ ଯୁଦ୍ଧବିରତି ପାଇଁ ଅନୁରୋଧ କରିବେ ତେବେ ଭାରତ ଆକ୍ରମଣ ବନ୍ଦ କରିବ ବୋଲି ଆମେ ସମସ୍ତ ଦେଶକୁ ବାର୍ତ୍ତା ପଠାଇଥିବା ଜୟଶଙ୍କର କହିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories